ଅପରାଧ
ପୁଣି ଶିଶୁକୁ ଦୁଷ୍କର୍ମ କଲା ଜେଲ୍ ଫେରନ୍ତା ଦୁଷ୍କର୍ମ ଅଭିଯୁକ୍ତ – bajravana
[ad_1]
ଭୋପାଳ: ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିଥିବା ମଧ୍ୟପ୍ରଦେଶର ଜଣେ ୩୫ ବର୍ଷୀୟ ବ୍ୟକ୍ତି ଜେଲ୍ରୁ ମୁକୁଳି ପୁଣିଥରେ ସେହି ସମାନ ଅପରାଧ ଘଟାଇଛି। ଦୋଷୀ ରାକେଶ ବର୍ମା ୧୨ ବର୍ଷ ପୂର୍ବେ ଜଣେ ସାଢ଼େ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲା ଏବଂ ତାକୁ ୧୦ ବର୍ଷ ଜେଲ୍ଦଣ୍ଡ ମିଳିଥିଲା। ତେବେ ଦୋଷୀ ବର୍ମା କେବଳ ୭ ବର୍ଷ ଜେଲ୍ରେ ରହିଛି। ଭଲ ଆଚରଣ ପାଇଁ ବର୍ମାକୁ ଆଗୁଆ ଜେଲ୍ରୁ ଖଲାସ କରାଯାଇଥିଲା। କିନ୍ତୁ ଜେଲ୍ରୁ ମୁକୁଳିବାପରେ ସେ ସେହି ସମାନ ଅପରାଧ ଘଟାଇଛି। ସତନାର କ୍ରିଷ୍ଣା ନଗର ଅଞ୍ଚଳ ବାସିନ୍ଦା ବର୍ମା ପୁଣିଜଣେ ୧୧ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରିଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ଅଛି। ତାକୁ ରେୱା ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସିଟି ସୁପରିନଟେଣ୍ଡେଣ୍ଟ୍ ପୁଲିସ ମହେନ୍ଦ୍ର ସିଂହ ଚୌହାନ କହିଛନ୍ତି, ଏନେଇ ରାକେଶ ବର୍ମା ବିରୋଧରେ ମାମଲା ରୁଜୁ କରାଯିବା ସହ ତାକୁ ଗିରଫ କରାଯାଇଛି।
[ad_2]