ମନୋରଞ୍ଜନ

ଭଲ ସ୍ବାମୀ ନୁହନ୍ତି ରଣବୀର? ଲିପଷ୍ଟିକ ବ୍ୟବହାରକୁ ନେଇ ଏମିତି କହୁଛନ୍ତି ପ୍ରଶଂସକ – bajravana

[ad_1]

ବଲିଉଡ୍‌ ତାରକା ଆଲିଆ ଭଟ୍ଟଙ୍କ ପ୍ରଶଂସକମାନେ ସ୍ବାମୀ ରଣବୀର କପୁରଙ୍କ ବ୍ୟବହାରକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବିଶେଷ କରି ମହିଳାମାନେ ରଣବୀର କପୁର ଜଣେ ଭଲ ସ୍ବାମୀ ନୁହନ୍ତି ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି। ଏକ ପ୍ରସାଧନ କମ୍ପାନିର ଭିଡିଓରେ ଆଲିଆ ଭଟ୍ଟ ଏକ ଅଭିନବ ଶୈଳୀରେ ଲିପ୍‌ଷ୍ଟିକ୍ ଲଗାଉଥିବାର ଦେଖାଯାଇଛି। ସେଥିରେ ସେ ନିଜ ଓଠରେ ଖୁବ୍‌ ଅଳ୍ପ ଲିପ୍‌ଷ୍ଟିକ୍ ଲଗାଇବା ପରେ ତା’ ପଛର କାରଣ କହୁଛନ୍ତି। ସ୍ବାମୀ ରଣବୀର ତାଙ୍କ ଓଠରେ ଅଧିକ ଲିପ୍‌ଷ୍ଟିକ୍‌ ପସନ୍ଦ କରନ୍ତି ନାହିଁ। ବିବାହ ପୂର୍ବରୁ ରଣବୀର ଯେତେବେଳେ ତାଙ୍କର ବଏଫ୍ରେଣ୍ଡ ଥିଲେ ସେତେବେଳୁ ସେ ତାଙ୍କ ଓଠରୁ ଲିପ୍‌ଷ୍ଟିକ୍ ପୋଛିବାକୁ କହୁଥିଲେ, କାରଣ ତାଙ୍କୁ ଆଲିଆଙ୍କ ଓଠର ପ୍ରାକୃତିକ ରଙ୍ଗ ଅଧିକ ପସନ୍ଦ। ଆଲିଆ ଖୁସିରେ ଏହି କଥାଟି ପ୍ରକାଶ କରିଥିଲେ ବି କିଛି ମହିଳା ଏହାକୁ ଏହା ସୁସ୍ଥ ସମ୍ପର୍କର ସଙ୍କେତ ନୁହେଁ ବୋଲି କହିଛନ୍ତି।

ଏହା ଦ୍ବାରା ରଣବୀର ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି; ତେଣୁ ଆଲିଆ ନିଜ ଲିପ୍‌ଷ୍ଟିକ୍‌ ବଦଳରେ ଏହି ସମ୍ପର୍କକୁ ପୋଛିଦେବା ଉଚିତ ବୋଲି ଅନ୍ୟ ଜଣେ ମହିଳା ଲେଖିଛନ୍ତି। ପୂର୍ବରୁ ଆଲିଆ ଏକ ସାକ୍ଷାତକାରରେ କହିଥିଲେ ଯେ ଯୁକ୍ତିତର୍କ ବେଳେ ସେ ଉଚ୍ଚ ସ୍ବରରେ କହିଲେ ରଣବୀରଙ୍କୁ ଭଲ ଲାଗେ ନାହିଁ, ତେଣୁ ସେ ନିଜ କ୍ରୋଧ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏକଥା ମନେ ପକାଇ ମହିଳାମାନେ ରଣବୀର ଭଲ ସ୍ବାମୀ ନୁହନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ଭାରତର ଜଣେ ଅଗ୍ରଣୀ ଅଭିନେତ୍ରୀ ହୋଇ ବି ଆଲିଆଙ୍କୁ ସ୍ବାମୀଙ୍କର ଏଭଳି ବ୍ୟବହାର ସହିବାକୁ ପଡ଼ିବା ଘଟଣା କିଛି ମହିଳାଙ୍କୁ ମର୍ମାହତ କରିଛି। ଅନୁମାନ ଭିତ୍ତିରେ ଏସବୁ କଥା କୁହାଯାଉଛି। ତେଣୁ ଆଲିଆଙ୍କ ମତ ବିନା କୌଣସି ନିଷ୍କର୍ଷରେ ପହଞ୍ଚିବା ଭୁଲ୍ ହେବ।

ସ୍ମରଣଯୋଗ୍ୟ ଯେ ଗତ ବର୍ଷ ଆଲିଆ ଓ ରଣବୀରଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହା ପରେ ଆଲିଆ କନ୍ୟା ସନ୍ତାନ ‘ରାହା’କୁ ଜନ୍ମ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button