ଇତିହାସ ରଚିଲା ‘ଗଦର-୨’, ସ୍ବାଧୀନତା ଦିବସରେ ୫୫.୪୦କୋଟି ଆୟ କଲା ଫିଲ୍ମ – bajravana
[ad_1]
ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ସ୍ବାଧୀନତା ଦିବସ ଅବସରରେ ‘ଗଦର-୨’ ଇତିହାସ ରଚିଥିବା ଜଣାପଡ଼ିଛି।
ଗାଦର-୨ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା। ଜାତୀୟ ଗଣମାଧ୍ୟମ ନିଉଜ୍-୧୮ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ଏତେ କୋଟି ଟଙ୍କାର ଆୟ କରିନଥିଲା। ଏଭଳି କରି ଏବେ ଇତିହାସ ସୃଷ୍ଟି କରିଛି ଗଦର-୨।
CREATES HISTORY ON INDEPENDENCE DAY… Highest-ever biz on *15 August*… Yes, #Gadar2 hits the ball out of the stadium on #IndependenceDay… Fri 40.10 cr, Sat 43.08 cr, Sun 51.70 cr, Mon 38.70 cr, Tue 55.40 cr. Total: ₹ 228.98 cr. #India biz… BLOCKBUSTER RUN continues.#Gadar2… pic.twitter.com/u3jJZpa5Je
— taran adarsh (@taran_adarsh) August 16, 2023
ତେବେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଦର-୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିଲା। ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ଟ୍ବିଟ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୪୦.୧୦କୋଟି, ଦ୍ବିତୀୟ ଦିନରେ ୪୩.୦୮କୋଟି, ତୃତୀୟ ଦିନରେ ୫୧.୭୦କୋଟି, ଚତୁର୍ଥ ଦିନରେ ୩୮.୭୦କୋଟି ଓ ପଞ୍ଚମ ଦିନରେ ଅର୍ଥାତ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ଆୟ କରିଥିଲା। ଏହାକୁ ମିଶାଇ ଫିଲ୍ମଟି ମୋଟ ୨୨୮.୯୮କୋଟି ଟଙ୍କା ଆୟ କରିଛି।
[ad_2]