ମନୋରଞ୍ଜନ

ମାତ୍ର ଏତିକି କୋଟିର ମାଲିକ ଅଟନ୍ତି ସନ୍ନି ଦେଓଲ – bajravana

[ad_1]

ମୁମ୍ବାଇ: ବଲିଉଡ୍‌ରେ ଅ‌ନେକ ଦିନରୁ ‘ରାମାୟଣ’ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି।  ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ ।

କୁହାଯାଉଛି ଯେ, ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଅଭିନେତା ମେ’ ୨୦୨୪ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ତେବେ ଅନେକ ବର୍ଷର ବ୍ୟବଧାନ ପରେ ‘ଗଦର-୨’  ଜରିଆରେ ପରଦାକୁ ଫେରି ଧମାଲ କରିଥିବା ସନ୍ନିଙ୍କୁ ଏବେ ଅନେକ ବଡ଼ ବଡ଼ ଫିଲ୍ମର ଅଫର ମିଳୁଥିବା ଖବର ମିଳୁଛି |  ଏ ମଧ୍ୟରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | କିଛି ବର୍ଷ ତଳେ ବଲିଉଡରେ ରାଜ କରୁଥିବା ଏବେ ମାତ୍ର ୧୨୦କୋଟି ଟଙ୍କାର ମାଲିକ ଅଟନ୍ତି |  ତେବେ ‘ଗଦର-୨’ ହିଟ ହେବା ପରେ ଏବେ ସନ୍ନିଙ୍କ ଚାହିଦା ବଢିଛି | ଫିଲ୍ମ ହିଟ ହେବା ପରେ ନିଜର ପାରିଶ୍ରମିକ ବଢ଼ାଇଛନ୍ତି ସନ୍ନି  | ଆଗକୁ ସନ୍ନିଙ୍କ ଲୋକପ୍ରିୟତା ସହ ତାଙ୍କ ସମ୍ପତ୍ତି ବଢିବ ବୋଲି ଆଶା କରାଯାଉଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button