ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୭ ସହରର ତାପମାତ୍ରା ୩୫ଡିଗ୍ରି ଉପରେ, ଝାରସୁଗୁଡ଼ାରେ ୩୮.୪ଡିଗ୍ରି ରେକର୍ଡ – bajravana
[ad_1]
ଭୁବନେଶ୍ବର: ଗତକାଲି ତୁଲନାରେ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଶନିବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୩୮.୪ ରେଡର୍କ କରାଯାଇଛି। ଗତକାଲି ଅପରାହ୍ଣ ୨ଟା ୩୦ରେ ଏହି ସରରେ ପାରା ୩୯.୧ ଡିଗ୍ରି ସେଲସିୟସ ଥିଲା। ଗତକାଲି ଅପରାହ୍ଣ ୨ଟା ୩୦ରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ଡିଗ୍ରି ଉପରେ ଥିବା ବେଳେ ଆଜି ତାହା ୭ଟି ସହରରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୩୭.୮, ସମ୍ବଲପୁରରେ ୩୭.୭, କେନ୍ଦୁଝରରେ ୩୭.୬, ହୀରାକୁଦରେ ୩୭.୫, ଭୁବନେଶ୍ୱରରେ ୩୭, ବାଲେଶ୍ୱରରେ ୩୩, ପୁରୀରେ ୩୩ .୩, ପାରାଦୀପରେ ୩୨.୨ ଓ ଗୋପାଳପୁରରେ ୩୧.୫ ଡିଗି ପାରା ପହଞ୍ଚିଛି।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରି ସହ ୬୦ ପ୍ରତିଶତ ରହିବ ଆର୍ଦ୍ରତା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
[ad_2]