ଦେଶ ବିଦେଶ

୬୭୩ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୭୩

ନୂଆଦିଲ୍ଲୀ, ୧୪।୩ : ଦେଶର ୨୪ଟି ହାଇକୋର୍ଟରେ ୬୭୩ ବିଚାରପତି ଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ବିଚାରପତିଙ୍କ ସଂଖ୍ୟା ୭୩ ରହିଛି। ସେହିପରି ସୁପ୍ରିମ୍‌କୋର୍ଟରେ ୨୪ ଜଣ ବିଚାରପତିଙ୍କ ମଧ୍ୟରେ କେବଳ ଜଣେ ମହିଳା ବିଚାରପତି ଅଛନ୍ତି। ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି.ଚୌଧୁରୀ ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ସୂଚିତ କରିଛନ୍ତି। ବମ୍ବେ ହାଇକୋର୍ଟରେ ୧୧ ଜଣ ମହିଳା ବିଚାରପତି ଥିବାବେଳେ ମାଡ୍ରାସ୍‌ ହାଇକୋର୍ଟରେ ୧୧ ଜଣ ଓ ଦିଲ୍ଲୀ ହାଇକୋର୍ଟରେ ୧୦ ଜଣ ମହିଳା ବିଚାରପତି ଥିବା ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button