ଦେଶ ବିଦେଶ

ଜାପାନୀ ମାନଙ୍କର ଦୁଃସାହସିକ କାର୍ଯ୍ୟ , ସୁନାମି କୁ ରୋକିବା ପାଇଁ ସମୁଦ୍ରକୁ ବନ୍ଦୀ କରିଦେଲେ !

୨୦୧୧ ରେ ହୋଇଥିବା ଭୟଙ୍କର ସୁନାମି ଜାପାନ ର ପ୍ରାୟ ସହରକୁ ବର୍ବାଦ କରିଦେଇଥିଲା ଯାହା ସମସ୍ତଙ୍କର ମନେ ଥିବ ! ଜାପାନ ର ସେହିଭଳି କିଛି ଭୟଙ୍କର ଭିଡ଼ିଓ ମଧ୍ୟ ମିଡ଼ିଆ ରେ ଦେଖିବାକୁ ମିଳିଥିଲା ଯାହା ଅତ୍ୟନ୍ତ ଦୁଖଦ ପୂର୍ଣ୍ଣ ଥିଲା ! ସମୁଦ୍ର ର ବିଶାଳକାୟ ଲହଡି ସମୁଦ୍ର କୁଳ ରେ ଥିବା ବସ୍ତି ଗୁଡିକୁ ଆଖିପିଛୁଳାକେ ଧ୍ବଂସ କରିଦେଉଥିଲା !

ସମୁଦ୍ରରୁ ଉଠୁଥିବା କିଛି ଲହଡି ଏପରି ଭୟଙ୍କର ଥିଲା ଯେ କିଛି କାର ପତ୍ର ପରି ଉଡି ବଡ ବଡ ଅଟାଳିକା ଉପରେ ଲାଗିଯାଉଥିଲା ଆଉ କିଛି ଘର ପବନରେ ଉଡିଲା ଭଳି ଉଡି ଚଳିଯାଉଥିଲା ! ସତରେ ପ୍ରକୃତିର ଭୟଙ୍କର ରୂପ ଆଗରେ ଯେମିତି ସବୁ କିଛି ହାର ମାନିଯାଇଥିଲା !

କିନ୍ତୁ କୁହାଯାଇ ଜାପାନ ପୁଣି ୩ବର୍ଷ ଭିତରେ ନିଜକୁ ଆହୁରି ଶକ୍ତ ଭାବରେ ଗଢି ଦେଉଥିଲା କିନ୍ତୁ ଏହି ସୁନାମି ପରେ ଜାପାନ ନିଜକୁ ଆହୁରି ବି ମଜବୁତ କରିଦେଇଛି ! ଜାପାନ ସମୁଦ୍ର ରୁ ଉଠୁଥିବା ବିଶାଳକାୟ ଲହଡି ର ସାମ୍ନା କରିବାକୁ ସମୁଦ୍ରକୂଳରେ ବଡ ବଡ କାନ୍ଥ କରିଦେଇଛି ! ୪୦ଫୁଟ ର ଉଚ୍ଚା କାନ୍ଥ କୁ ପାର କରିବା ସମୁଦ୍ର ର ଲହଡି ପାଇଁ ତକ କଷ୍ଟ ହେବ !

ଏହି କାନ୍ଥ କୁ ସିମେଣ୍ଟ ଆଉ ଶକ୍ତ ପିଲର ସାହାଯ୍ୟରେ ନିର୍ମାଣ କରାଯାଇଛି ଯାହାର ଚୌଡା ୩ରୁ ୪ ଫୁଟ ରହିଛି !

  •  

Related Articles

Leave a Reply

Your email address will not be published. Required fields are marked *

Back to top button