ଓଡିଶା

ମନେପଡ଼ିଲା ଜନ୍ମମାଟିର ପ୍ରେମ ! ସୁଦୂର ଇଟାଲିରୁ କଟକ ଚାଲି ଆସିଲେ ବର୍ଷା

କଟକ: ଇଟାଲିରେ ରହୁଥିଵା ଓଡିଆ ଝିଅ ଵର୍ଷା ନିଜ ଜନ୍ମମାଟିର ମୋହ ପାଇଁ ଆସି ପହଞ୍ଚିଛନ୍ତି କଟକରେ। ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ଆକର୍ଷଣ ତାଙ୍କୁ ଟାଣି ଆଣିଛି ସୁଦୂର ଇଟାଲିରୁ । ବର୍ଷାଙ୍କ କାହାଣୀ କିଛି ନିଆରା।୨୦୧୨ ମସିହାରେ ଇଟାଲିର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ବର୍ଷା ବର୍ତମାନ ଇଟାଲିରେ ଇଟାଲି ସରକାରଙ୍କ ସମାଜସେବା ବିଭାଗରେ ପ୍ରଫେସନାଲ କାଉନସିଲର ଭାବେ କାର୍ଯ୍ୟ କରୁଛନ୍ତିି । ବିଶେଷକରି ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ୍ ଏବଂ ଟିଭି ଭଳି ଇଲେକଟ୍ରୋନିକ ଗ୍ୟାଜେଟ କବଳରୁ ମୁକ୍ତ କରି ନିଜ ଭିତରର ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

ଓଡ଼ିଶା ଆସିବା ଅବସରରେ ଵର୍ଷା ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସାକ୍ଷାତ କରି ନିଜ ପାଠପଢା, ବୃତ୍ତି ଏବଂ ଜନ୍ମଭୂମି ପ୍ରତି ତାଙ୍କର ଆକର୍ଷଣ ତଥା କର୍ତ୍ତବ୍ୟ ବିଷୟରେ ଆଲୋଚନା ସମୟରେ ବେଶ ଭାବପ୍ରବଣ ହୋଇଉଠିଥିଲେ ।

ଇତିମଧ୍ୟରେ ସେ କନ୍ଧମାଳ ମଧ୍ୟ ଯାଇ ବୁଲି ଆସିଛନ୍ତିି । ଓଡ଼ିଶା ଆସିଥିବା ବର୍ଷା କୌଣସି ହୋଟେଲରେ ନରହି ବସୁନ୍ଧରାର ଅନ୍ତେବାସୀମାନଙ୍କ ସହ ରହିବାକୁ ଉଚିତ ମଣିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button