ଅପରାଧ

ଭଙ୍ଗା କାଚବୋତଲରେ ଯୁବକ ଗୁରୁତର, ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି – bajravana

[ad_1]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାଜରାସ୍ତା ଦିନକୁଦିନ ଅସୁରକ୍ଷିତ ହୋଇଯାଇଛି। ସହରର ଜନଗହଳିପୂର୍ଣ୍ଣ ଛକ ଓ ସ୍ଥାନ‌କୁ ସିସିଟିଭି କ୍ୟାମେରା ନଜର ରଖିବା ଓ କମିସନରେଟ ପୁଲିସର ଉପସ୍ଥିତ ଥିବା ବେଳେ ଅସାମାଜିକ ବ୍ୟକ୍ତିମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି। ଶନିବାର ଅପରାହ୍ନରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ଘଟିଥିବା ଏକ ଅଭାବନୀୟ ଘଟଣା ଏହାକୁ ପ୍ରମାଣିତ କରୁଛି। ଏଠାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।

ତେବେ ଗୁରୁତର ଯୁବକଙ୍କ କହିବା ଅନୁସାରେ ନିଶା କାରବାରକୁ ନେଇ କିଛି ଦୁର୍ବୃତ୍ତ ପୀଡିତ ଯୁବକଙ୍କ ଶରୀରରେ ଭଙ୍ଗା କାଚବୋତଲ ଭୁସି ଦେଇଛନ୍ତି। ଅନ୍ୟପଟରେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣକ ବ୍ରାଉନ୍‌ସୁଗାର କାରବାରକୁ ନେଇ ଭଙ୍ଗା କାଚ ବୋତଲ ନିଜ ଦେହରେ ଭୁସି ଦେଇଥିଲେ। ଏହି ଅପ୍ରୀତିକର ଅଘଟଣ ପରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଘଟଣାସ୍ଥଳରେ କମିସନରେଟ୍ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button