news

ଲୋକପ୍ରିୟ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ବିହାରର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଦ୍ମ ଭୂଷଣ ବିଜେତା ଶାରଦା ସିହ୍ନାଙ୍କ ପରଲୋକ ହୋଇଛି । ଗତରାତିରେ ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅକ୍ଟୋବର ୨୧ରୁ ଦିଲ୍ଲୀ ଏମ୍ସ ଅଙ୍କୋଲୋଜୀ ବିଭାଗରେ ସେ ଚିକିତ୍ସିତ ହେଉଥିଲେ । ଲୋକଗୀତ ଗାୟିବା ଭାବେ ଖ୍ୟାତି ଅର୍ଜନ କରିଥିବା ଶାରଦା କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କ ନିଧନରେ ସମଗ୍ର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ସମସ୍ତ ସେଲିବ୍ରିଟି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ଶାରଦାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି, ଶାରଦାଙ୍କ ବିୟୋଗ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ଦୁଃଖ ସମୟରେ ତାଙ୍କ ପରିବାର ଲୋକଙ୍କୁ ମୋର ସମବେଦନା । ଓମ ଶାନ୍ତି ।

୨୦୧୭ରେ ଶାରଦା ବୋନ ମ୍ୟାରୋ ଜନିତ କର୍କଟରେ ପୀଡ଼ିତ ହୋଇଥିଲେ । ଅସୁସ୍ଥ ହେବାରୁ ଅକ୍ଟୋବର ୨୫ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ଥିଲେ । ଶାରଦାଙ୍କ ବିୟୋଗରେ ମନୋଜ ବାଜପେୟୀ, ଖେସରୀ ଲାଲ ୟାଦବ, ରବି କିଶନ, ନିରୁଆ, ମନୋଜ ତିୱାରୀ ଏବଂ ପୱନ ସିଂ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button