ଓଡିଶା

ନିର୍ବାଚନ ସମୟରେ ପ୍ରବେଶିକା ପରୀକ୍ଷା: ଜେଇଇ ମେନ୍‌, ନିଟ୍‌-ୟୁଜି ତାରିଖ ବଦଳିବନି – bajravana

[ad_1]

ପଞ୍ଜୀକରଣ ପରେ ସିୟୁଇଟି-ୟୁଜି ସମ୍ପର୍କରେ ନିଷ୍ପତ୍ତି

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ସାରା ଦେଶରେ ସାଧାରଣ ନିର୍ବାଚନ। ଏହି ସମୟ ମଧ୍ୟରେ ମେଡିକାଲ, ଇଞ୍ଜିନିୟରିଂ, ସ୍ନାତକ(ୟୁଜି) ପରି ପାଠ୍ୟକ୍ରମରେ ନାମଲେଖା‌ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ ପରୀକ୍ଷା ହେବାକୁ ଥିବାରୁ ତାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିପାରେ। ଏମିତିକି ନୂଆ ଭୋଟର ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ପରୀକ୍ଷା ସମୟରେ ପରିବର୍ତ୍ତନ କରିବାକୁ କେତେଜଣ ପରୀକ୍ଷାର୍ଥୀ ସାମାଜିକ ଗଣମାଧ୍ୟମରେ ଦାବି କରିଛନ୍ତି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ପରୀକ୍ଷା ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ସମୟରେ ପରୀକ୍ଷା କରାଯିବା ସହ ଫଳ ପ୍ରକାଶ ପାଇବ।

କେନ୍ଦ୍ରୀୟ ଓ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ସମେତ ଆଇଆଇଟି ପ୍ରବେଶିକା ପରୀକ୍ଷା(ଜେଇଇ ଆଡଭାନ୍ସଡ୍‌) ପାଇଁ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଏପ୍ରିଲ ୪ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ କୌଣସି ରାଜ୍ୟରେ ନିର୍ବାଚନ ନ ଥିବାରୁ ଜେଇଇ ମେନ୍‌ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପରୀକ୍ଷାର୍ଥୀମାନେ ବିନା ବାଧାରେ ଉଭୟ ନିର୍ବାଚନ ଓ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଯଦି ଦେଖିବା ମେଡିକାଲ, ଡେଣ୍ଟାଲ ସମେତ ଏ ସଂପର୍କିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ନିଟ୍‌-ୟୁଜି ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି। ଇତିମଧ୍ୟରେ ଆବେଦନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ଏଥର ନିଟ୍‌-ୟୁଜିରେ ଭାଗ ନେବାକୁ ଥିବାରୁ ନିର୍ବାଚନ ଦ୍ବାରା ଏହା ପ୍ରଭାବିତ ହେବାର ଆଶଙ୍କା ରହିଛି। ‌ତେବେ ଏନ୍‌ଟିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ମେ’ ୫ରେ କୌଣସି ସ୍ଥାନରେ ନିର୍ବାଚନ ନାହିଁ। ଏହା ପୂର୍ବରୁ କିମ୍ବା ପରେ ନିର୍ବାଚନ ହେବ। ତେଣୁ ଛାତ୍ରଛାତ୍ରୀଙ୍କ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ।
ତେବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ଦେଶରେ ଥିବା କେତେକ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି)-ୟୁଜି ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଅନ୍‌ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ମେ’ ୧୫ରୁ ୩୧ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି। ନିର୍ବାଚନ ଦ୍ବାରା ଏହି ପ୍ରବେଶିକା ପରୀକ୍ଷା ପ୍ରଭାବିତ ହୋଇପାରେ। ତେବେ ଆବେଦନ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ତାରିଖ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଏଦିଗରେ ଆଲୋଚନା କରାଯିବ ବୋଲି ଏନ୍‌ଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button