ଦେଶ ବିଦେଶ

କେମିତି ତିଆରି ହୁଏ, ତାପରେ ମେଘ ହୋଇ ଆକାଶରେ ଭାସେ, କେତେ ପାଣିଥାଏ ସେଥିରେ ?

ନୂଆଦିଲ୍ଲୀ ୧୭।୧୦: ବର୍ଷା ଯୋଗୁଁ ତାମିଲନାଡୁ ଏବଂ କର୍ଣ୍ଣାଟକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଉତ୍ତର ଭାରତରେ ମଧ୍ୟ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ସେତେବେଳେ ହୁଏ ଯେତେବେଳେ ଉତ୍ତାପ ପାଇବା ପରେ ପୃଥିବୀର ଜଳ ବାଷ୍ପୀଭୂତ ହୋଇଥାଏ ଏବଂ ଏହା ବାୟୁମଣ୍ଡଳରେ ପହଞ୍ଚେ । ଆଉ ସେହି ବାଷ୍ପ ଥଣ୍ଡା ହୋଇ ଏକ ବୁନ୍ଦାରେ ପରିଣତ ହୋଇ ବାଦଲ ହୋଇଥାଏ ।

ଏବେ ପ୍ରଶ୍ନ ଆସୁଛି ବର୍ଷା କରୁଥିବା ବାଦଲ କିପରି ସୃଷ୍ଟି ହୁଏ ? ଏହା କେତେ ଜଳ ଧାରଣ କରିପାରେ ? ବର୍ଷା ସେତେବେଳେ ହୁଏ ଯେତେବେଳେ ଉତ୍ତାପ ପାଇବା ପରେ ପୃଥିବୀର ଜଳ ବାଷ୍ପୀଭୂତ ହୋଇଥାଏ ଏବଂ ଏହା ବାୟୁମଣ୍ଡଳରେ ପହଞ୍ଚେ । ଆଉ ସେହି ବାଷ୍ପ ଥଣ୍ଡା ହୋଇ ବୁନ୍ଦାରେ ପରିଣତ ହୋଇ ବାଦଲ ହୋଇଥାଏ ।

 

ବୈଜ୍ଞାନିକଙ୍କ ଅନୁଯାୟୀ ବାଦଲର ଆକାର ଏକ କିଲୋମିଟର ଚଉଡା ହୋଇପାରେ ଏବଂ ଏହା ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ଗବେଷକଙ୍କ ଅନୁଯାୟୀ ବାଦଲ ବହୁତ ବଡ଼ ହୋଇଥାଏ । ଏହା ୫୦୦ଟନ୍ ପର୍ଯ୍ୟନ୍ତ ଜଳ ଧାରଣ କରିପାରେ । ଏହି କାରଣ ହେଉଛି ବାଦଲ ବର୍ଷିଲେ ବନ୍ୟା ସ୍ଥିତି ଉପୁଜିଥାଏ ।

 

ବୈଜ୍ଞାନିକଙ୍କ ଅନୁଯାୟୀ ବାଦଲର ଆକାର ୩ଟି ଜିନିଷ ଉପରେ ନିର୍ଭର କରେ । ପ୍ରଥମତଃ ବାୟୁର ତାପମାତ୍ରା, ଦ୍ୱିତୀୟରେ ଏହାର ଘନତା ଏବଂ ତୃତୀୟରେ ଏହାର ଗତି ଉପରେ ନିର୍ଭର କରିଥାଏ । ଯେଉଁ କାରଣରୁ ପ୍ରାକୃତିକ ବିପର୍ଯ୍ୟର କାରଣ ପାଲଟିପାରେ । ଏହିପରି ଭାବେ ବାଦଲର ଆକାର, ପବନର ଦିଗ ଏବଂ ତାପମାତ୍ରା ସ୍ଥିର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button