ମନୋରଞ୍ଜନ

ଟି-ସିରିଜ୍ ମାଲିକାଣୀଙ୍କୁ ପାଗଳ କହିଲେ କରଣ ଜୋହର, ରାଗିକି ଆଲିଆଙ୍କୁ କଲେ ସମାଲୋଚନା

ମୁମ୍ଵାଇ ୧୭।୧୦: ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଜିଗ୍ରା’କୁ ନେଇ ବିବାଦ । ଫିଲ୍ମ ସହ ସଂଶ୍ଳିଷ୍ଟ କରନ ଜୋହର ଓ ଆଲିୟା ଭଟ୍ଟଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର । ‘ଜିଗ୍ରା’ର ବକ୍ସ ଅଫିସ୍ କଲେକ୍ସନ୍ ବଢ଼ାଇବା ପାଇଁ ଉଭୟ ଆଲିୟା ଓ କରନ ନକଲି ଟିକେଟ୍ ବୁକିଂରେ ସଂପୃକ୍ତ ଥିବା ‘ସାବୀ’ ନାୟିକା ଦିବ୍ୟା ଅଭିଯୋଗ କରିଥିଲେ ।

ନିଜର ଦାବିକୁ ସତ କରିବା ଲାଗି ଫିଲ୍ମ ପ୍ରଦର୍ଶିତ ହେଉଥିବା ଏକ ଖାଲି ଥିଏଟର୍ର ଫଟୋ ମଧ୍ୟ ଶେୟାର କରିଥିଲେ ।

ତେବେ, ସଦ୍ୟ ସାକ୍ଷାତକାରରେ ଆଲିୟାଙ୍କୁ ସୁରକ୍ଷା ଦେଇ ଦିବ୍ୟା କହିଛନ୍ତି, ଆଲିୟା ଜଣେ ଲୋକପ୍ରିୟ ଓ ପ୍ରତିଷ୍ଠିତ ଅଭିନେତ୍ରୀ ହୋଇଥିବାରୁ ଏ ପ୍ରକାର ଟ୍ରିକ୍ ଉପରେ ନିର୍ଭର କରିବାର ଆବଶ୍ୟକତା ତାଙ୍କର ନାହିଁ । ଭୁଲ ବିରୋଧରେ ଠିଆ ହେବା ହିଁ ବାସ୍ତବ ବୀରତ୍ୱ। ଟଙ୍କା ଓ ପ୍ରଭାବ ଉପରେ ଭରସା କରିବା ଅପେକ୍ଷା ନିଜର ଦକ୍ଷତା ଉପରେ ଫିଲ୍ମର ସଫଳତାକୁ ଦର୍ଶକ ସ୍ଥିର କରିବା ଉଚିତ୍ ବୋଲି ସେ କହିଛନ୍ତି । ନକଲି ବକ୍ସ ଅଫିସ୍ କଲେକ୍ସନ୍ ଖବର ଜରିଆରେ କିଛି ଗଣମାଧ୍ୟମ ଖରାପ ଫିଲ୍ମକୁ ପ୍ରୋତ୍ସାହନ ଦେଉଛନ୍ତି । ଭଲ ଫିଲ୍ମ ସଫଳ ହେଲେ ମଧ୍ୟ କେହି ତା’ ବିଷୟରେ କଥା ହେଉନାହାନ୍ତି ।

ଏଭଳି ଲୋକ ମିଛ କଲେକ୍ସନ୍ ଘୋଷଣା କରି ଏବଂ ଟିକେଟ୍ କିଣି ଫିଲ୍ମଗୁଡ଼ିକୁ ହିଟ୍ କରାଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ଯାହା ପାଖରେ ଟଙ୍କା ଅଛି ସେ ଇଣ୍ଡଷ୍ଟ୍ରିରେ ତିଷ୍ଠିପାରିବ, ନୂଆ ପ୍ରତିଭା ସଂଘର୍ଷ କରୁଥିବେ । ଦିବ୍ୟାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ କରନ ତାଙ୍କୁ ମୂର୍ଖ ବୋଲି କହିଥିଲେ । ଏ କଥା ମଧ୍ୟ ଦିବ୍ୟା ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ । ଏଭଳି ମନ୍ତବ୍ୟ କେତେ ଠିକ୍ ବୋଲି ସେ କରନଙ୍କୁ ପଚାରିଥିେ

Related Articles

Leave a Reply

Your email address will not be published. Required fields are marked *

Back to top button