ଖେଳ ଖବର

ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌, ଜାଣନ୍ତୁ କିପରି ରହିବା ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌

ବେଙ୍ଗାଲୁରୁ ୧୫।୧୦ : ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ବେଙ୍ଗାଲୁରୁରେ ଖେଳାଯିବ । ଏଥିପାଇଁ ଉଭୟ ଦଳ ବେଙ୍ଗାଲୁରୁରେ ଜୋରଦାର ଅଭ୍ୟାସ ମଧ୍ୟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ରଥମ ମ୍ୟାଚ୍ରେ କିପରି ରହିବ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ୍ ।

ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି ଟିମ୍ ଇଣ୍ଡିଆ । ନିକଟରେ ବାଂଲାଦେଶକୁ ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍ରେ ମାତ୍ ଦେଇଛି । ବାକି ଏବେ ନ୍ୟୁଜିଲାଣ୍ଡର ପାଳି । ତେବେ ପ୍ରଥମ ମ୍ୟାଚ୍ର ପ୍ଲେଇଙ୍ଗ ଇଲେଭନ୍କୁ ନେଇ ଟିମ୍ ଇଣ୍ଡିଆରେ ଚାଲିଛି ମାନସମନ୍ଥନ ।ବାଂଲାଦେଶ ବିରୋଧରେ ଖେଳିଥିବା ଟିମ୍ ହିଁ ସମାନ ରହିବା ବୋଲି ଆଶା କରାଯାଉଛି ।ଯଦି ଜଶପ୍ରୀତ୍ ବୁମ୍ରା ଯଦି ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ତେବେ ଆକାଶ ଦୀପ୍ଙ୍କୁ ବେଞ୍ଚରେ ବସିବାକୁ ପଡିବ । ଏହାବ୍ୟତୀତ ଦ୍ୱିତୀୟ ବୋଲର ଭାବେ ମହମ୍ମଦ ସିରାଜଙ୍କୁ ସାମିଲ ହୋଇପାରନ୍ତି । ବେଙ୍ଗାଲୁରୁରେ ଦୁଇ ପେସରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବାକି ତିନି ଜଣ ସ୍ପିନରଙ୍କୁ ଟିମ୍ରେ ସାମିଲ ହୋଇପାରନ୍ତି । ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍ କିମ୍ବା କୁଲଦୀପ ଯାଦବ ସାମିଲ ହୋଇପାରନ୍ତି ।

ପ୍ରଥମ ଟେଷ୍ଟ ପାଇଁ ସମ୍ଭାବିତ ଭାରତୀୟ ଦଳ– ଯଶସ୍ୱୀ ଜୈସଓ୍ୱାଲ୍, ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ରିଷଭ ପନ୍ଥ (ଓ୍ୱିକେଟ୍ କିପର) , କେଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲା/ କୁଳଦୀପ ଯାଦବ, ଜଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍

୧୬ ଅକ୍ଟୋବର : ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ

୨୪ ଅକ୍ଟୋବର : ଦ୍ୱିତୀୟ ଟେଷ୍ଟ, ପୁଣେ

୧ ନଭେମ୍ବର : ତୃତୀୟ ଟେଷ୍ଟ, ମୁମ୍ବାଇ

Related Articles

Leave a Reply

Your email address will not be published. Required fields are marked *

Back to top button