ଖେଳ ଖବର

ସିଲି ପଏଣ୍ଟ୍‌: ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ – bajravana

[ad_1]

ଟେନିସ୍‌ ସାଥୀଙ୍କ ଝିଅ ସହ ଧୋନି, ଲଣ୍ଡନର ମଜା ନେଉଛନ୍ତି ଜାଦେଜା

ଭାରତ ବିପକ୍ଷ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ହାରିବା ପରେ ୱେଷ୍ଟଇଣ୍ଡିଜ୍‌ ରବିବାର ଶେଷ ଟ୍ବେଣ୍ଟି-୨୦କୁ ଜିତି ଶୃଙ୍ଖଳା ୩-୨ରେ କବ୍‌ଜା କରି ସମ୍ମାନ ରକ୍ଷା କରିଥିଲା। ଅନ୍ତିମ ଟ୍ବେଣ୍ଟି-୨୦ରେ ୪ ୱିକେଟ୍‌ ନେଇଥିବା ରୋମାରିଓ ସେଫର୍ଡ ମ୍ୟାଚ୍‌ର ଏବଂ ନିକୋଲାସ ପୂରନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ। ଏହି ଶୃଙ୍ଖଳା ଜିତିବା ପରେ ପୂରନ ଏକ୍ସ (ପୂର୍ବରୁ ଟ୍ବିଟର୍‌)ରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ତାଙ୍କ ପେଟ ଓ ହାତରେ ବଲ୍‌ ଦାଗ ଥିବା ‌ଦେଖାଯାଇଛି। ‌ଶିରୋନାମାରେ ଲେଖିଛନ୍ତି, ‘ପରବର୍ତ୍ତୀ ପ୍ରଭାବ, ବ୍ରାଣ୍ଡନ କିଙ୍ଗ ଓ ଅର୍ଶଦୀପ ସିଂହଙ୍କୁ ଧନ୍ୟବାଦ’। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ‌ବଲ୍‌କୁ ପୁଲ୍‌ ସଟ୍‌ ମାରୁଥିଲା ବେଳେ ତାଙ୍କ ପେଟରେ ବାଜିବାରୁ ନାଲି ଦାଗ ପଡ଼ିଯାଇଥିଲା। ସେହିଭଳି ତାଙ୍କ ହାତରେ ଥିବା ନାଲି ଦାଗ ନିଜ ଦଳୀୟ ସାଥୀ ବ୍ରାଣ୍ଡନ କିଙ୍ଗ୍‌ଙ୍କ ସଟ୍‌ କାରଣରୁ ହୋଇଛି। କିଙ୍ଗ୍‌ଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ସିଧ‌ା ପୂରନଙ୍କ ହାତରେ ବାଜିଥିଲା।

ଯତ୍ନ ଲାଗି ଧନ୍ୟବାଦ

ଗତ ଡିସେମ୍ବରରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ ୱିକେଟ୍‌କିପର ବ୍ୟାଟର୍‌ ଋଷଭ ପନ୍ତ। ଆହତ ଯୋଗୁଁ ଏପର୍ଯ୍ୟନ୍ତ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇନଥିବା ପନ୍ତ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନଙ୍କ ପାଇଁ କିଛି ଫଟୋ ପୋ‌ଷ୍ଟ କରି ମନୋରଂଜନ କରୁଛନ୍ତି। ଆହତ ସମସ୍ୟାରୁ ମୁକୁଳି ସଂପ୍ରତି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପୁନଃଥଇଥାନରେ ଥିବା ୨୫ ବର୍ଷୀୟ ପନ୍ତ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କ ଜନ୍ମଦିନ ପାଳନ ବେଳେ ଉପସ୍ଥିତ ଥିଲେ। ସେ ଏହି ଉତ୍ସବକୁ ମନଭରି ଉପଭୋଗ କରିବା ସହ ଏହି ସମୟର କିଛି ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ‌ଶିରୋନାମାରେ ଲେଖିଛନ୍ତି ‘ଫଟୋଟି ଅସ୍ପଷ୍ଟ, କିନ୍ତୁ ଜନ୍ମଦିନର ଶୁଭେଚ୍ଛା। ଗତ କିଛି ମାସ ମୋର ଯତ୍ନ ଦେଇଥିବାରୁ ଧନ୍ୟବାଦ। ଦିନଟି ଭଲରେ କଟୁ’’। ତାଙ୍କ ସୁସ୍ଥତା ପଛରେ କୋଟାକଙ୍କ ସହଯୋଗ ଅଧିକ ରହିଥିଲା। କୋଟାକ ଆୟର୍ଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି।

ଟେନିସ୍‌ ସାଥୀଙ୍କ ଝିଅ ସହ ଧୋନି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ‌ଟେନିସ ସାଥୀ ସୁମିତ କୁମାର ବାଜାଜଙ୍କ ପରିବାର ସହ କିଛି ସମୟ କାଟିଛନ୍ତି। ସେ ସୁମିତଙ୍କ ଝିଅ ହନି ଓ ବୀରାଙ୍କ ସହ ଖୁସି ବାଣ୍ଟିଥିଲେ। ‌ଏହି ଟେନିସ ସାଥୀଙ୍କ ଝିଅ ସହ ହୃଦୟସ୍ପର୍ଶୀ ଫଟୋକୁ ସୁମିତ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଶିରୋନାମାରେ ସେ ଲେଖିଛନ୍ତି ‘‘ହନି ଓ ବୀରା ପୁଣି ଥରେ ମାହି ସାର୍‌ଙ୍କୁ ଭେଟିଛନ୍ତି, ଧନ୍ୟବାଦ ସାର୍‌’। ୨୦୧୮ରୁ ସୁମିତଙ୍କୁ ସାଥୀ କରି ଧୋନି ଟେନିସ ପ୍ରତିଯୋଗିତାରେ ଖେଳୁଛନ୍ତି। ୨୦୨୨ରେ ଏହି ଯୋଡ଼ି ଜେଏସ୍‌ସିଏ ଟେନିସ ପ୍ରତିଯୋଗିତାରେ ବିଜେତା ହୋଇଥିଲେ।

ଲଣ୍ଡନର ମଜା ନେଉଛନ୍ତି ଜାଦେଜା

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପରେ ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି। ଲଣ୍ଡନର ଗ୍ରୀଷ୍ମକୁ ଭଲରେ ଉପଭୋଗ କରୁଛନ୍ତି। ଏହି ସମୟରେ କିଛି ଫଟୋକୁ ସେ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏହାର ଶିରୋନାମାରେ ଲେଖିଛନ୍ତି ‘କ’ଣ ଏକ ସୁନ୍ଦର ଦିନ!’। ଇଣ୍ଡିଜ୍‌ ଗସ୍ତରେ ଟେଷ୍ଟ୍ ‌ଶୃଙ୍ଖଳା ଖେଳିବା ପରେ ତାଙ୍କୁ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳ‌ାରେ ବିଶ୍ରାମ ଦିଆଯାଇଥିଲା। ଲଣ୍ଡନରେ ଛୁଟି କାଟିବା ପରେ ଜା‌ଦେଜା ଆଗାମୀ ଏସିଆ କପ୍‌ ଓ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ହେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button