ଦେଶ ବିଦେଶ

ଲେବାନନରେ ଇସ୍ରାଏଲ୍‌ର ଏୟାର ଆଟାକରେ ୨୧ ମୃତ, ଗମ୍ଭୀର ଚିନ୍ତା ପ୍ରକାଶ କଲା ଜାତିସଂଘ

ନୂଆଦିଲ୍ଲୀ ୧୫।୧୦ : ଲେବାନନ ଉପରେ ପୁଣି ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ । ଇସ୍ରାଏଲ୍ର ଏହି ଆଟାକରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି । ସେପଟେ ଇସ୍ରାଏଲ୍ର ବାରମ୍ବାର ଆକ୍ରମଣ ନେଇ ଚିନ୍ତା ବ୍ୟକ୍ତି କରିଛି ଜାତିସଂଘ ।

ଖବର ଅନୁଯାୟୀ, ସୋମବାର ଦିନ ଦକ୍ଷିଣ ଲେବାବନରେ ଏୟାରଷ୍ଟ୍ରାଇକ୍ କରିଥିଲେ ଇସ୍ରାଏଲ୍ ।

ଯେଉଁଥିରେ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣକୁ ନେଇ ଚିନ୍ତାପ୍ରକଟ କରିଛ ଜାତିସଂଘ ସୁରକ୍ଷା ପରିଷଦ । ଏହି ଅଞ୍ଚଳରେ ସୁରକ୍ଷା ବଜାୟ ରଖିବାରେ ସେମାନଙ୍କର ଭୂମିକା ଜାରି ରଖିବାକୁ କହିଛି।

ଗତ ସପ୍ତାହରେ UNIFIL ଶାନ୍ତି ରକ୍ଷାକାରୀ ବେସ ଉପରେ ଇସ୍ରାଏଲର ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା । ଏହି ଆକ୍ରମଣ ପରେ ମିଳିତ ଜାତିସଂଘର ସବୁଠାରୁ ଶକ୍ତିଶାଳୀ ସଂସ୍ଥା ଦେଇଥିବା ଏହା ହେଉଛି ପ୍ରଥମ ବିବୃତ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button