ଓଡିଶା

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ

 ଓଡ଼ିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି। ଚଳିତବର୍ଷ ସ୍ଵାଭାବିକ ସମୟର ବିଳମ୍ବରେ ମୌସୁମୀ ଫେରୁଛି। ଉତ୍ତର ଓ ଉପକୂଳ ଓଡ଼ିଶାର ସବୁ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଗତ ୨ ଦିନ ହେଲା ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଥିଲା। ପାଗ ଅନୁକୂଳ ରହିଥିବାରୁ ଓଡିଶାରୁ ମୌସୁମୀ ଫେରିଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି। ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button