ଦେଶ ବିଦେଶ

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ ମ୍ୟାଚ – bajravana

[ad_1]

ନୂଆଦିଲ୍ଲୀ, ୧୭/୧ : ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ ମ୍ୟାଚ ।  ସିରିଜ୍ ମୂଳପୋଛ ଲକ୍ଷ୍ୟରେ ରୋହିତ ବାହିନୀ । ଟିମ୍ ଇଣ୍ଡିଆ ସିରିଜ କବଜା କରି ସାରିଥିବା ବେଳେ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ ଜିତି ଭାରତ ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହା ଶେଷ ଟି-୨୦ ମ୍ୟାଚ, ତେଣୁ ଏହି ଶେଷ ମ୍ୟାଚରେ ଦଳ ପକ୍ଷରୁ ପରୀକ୍ଷାମୂଳକ ନିଷ୍ପତି ନିଆଯାଇପାରେ । ବିଶ୍ୱକପକୁ ଆଉ ୫ ମାସ ସମୟ ବାକି ରହିଛି । କିନ୍ତୁ ଏହି ସିରିଜ ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ୱ ବହନ କରୁଛି ।  ଗତ ମ୍ୟାଚରେ ୨୦୦ ଟି-୨୦ ୱିକେଟ ପୂରଣ କରିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଶେଷ ମ୍ୟାଚରେ ସୁଯୋଗ ମିଳିପାରେ । ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ଆଫଗାନିସ୍ତାନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button