news

ଲେମ୍ବୁ ପାଣି ସେବନର ୭ ଟି ଚମତ୍କାର ସ୍ଵାସ୍ଥଗତ ଫାଇଦା ! କିଛି ଦିନ ସେବନ କରି ଦେଖନ୍ତୁ…

ସୂଚନା ଅନୁସାରେ ଲେମ୍ବୁ ହେଉଛି ଏପରି ଏକ ଖାଦ୍ୟ ପଦାର୍ଥ । ଯାହାକୁ ଆମେ ଖାଇବା ସମୟରେ ବ୍ୟବହାର କରିଥାଉ । ଏହା ସହ ଲେମ୍ବୁର ବହୁତ ଗୁଡିଏ ମଧ୍ୟ ସ୍ଵାସ୍ଥଗତ ଉପକାରୀତ ରହିଅଛି । ଯାହା ବିଷୟରେ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆଲୋଚନା କରିବା ପାଇଁ ଯାଉଛୁ । ତେବେ ମୋଟାପଣ କମାଇବା ପାଇଁ ଲେମ୍ବୁ ବହୁତ ହିଁ ସାହାଜ୍ଯକାରୀ ଜିନିଷ ହୋଇଥାଏ । କାରଣ ଲେମ୍ବୁ ପାଣିର ସେବନ ଦ୍ଵାରା ୱେଟ ଲସ୍ ହୋଇଥାଏ ।

 

ଏହା ଛଡା ମଧ୍ୟ ଆହୁରି କିଛି ଲେମ୍ବୁ ପାଣିର ଉପକାରୀତା ସମ୍ପର୍କରେ ଆଜି ଜାଣିବାକୁ ପାଇବେ । ତେବେ ଲେମ୍ବୁରେ ଭିଟାମିନ-ସି ସହିତ ବହୁତ କିଛି ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ରହିଥାଏ । ଯାହାକି ଆମ ଶରୀରରେ ଗ୍ଳୁଟାଥିୟନ ନାମକ ଏକ ଜିନିଷ ସୃଷ୍ଟିକରିଥାଏ । ଯାହା ଦ୍ଵାରା ଆମ ଲିଭରରେ ଜମା ହୋଇ ରହୁଥିବା ଟକ୍ଷିନ ବା ବିଷାକ୍ତ ପଦାର୍ଥକୁ ସଫା କରିବାରେ ସାହାଜ୍ଯ କରିଥାଏ । ଏହା ସହ ଲିଭରରେ ଫ୍ୟାଟ ଜମା ହେବାକୁ ମଧ୍ୟ ଦେଇନଥାଏ ।

ଶରୀରରେ ବାରମ୍ବାର କିଡନୀ ଷ୍ଟୋନ ହେଇଥାଏ । ସେପରି ଲୋକ ମାନେ ନିହାତି ଭାବେ ଲେମ୍ବୁ ପାଣିର ସେବନ କରିବା ଉଚିତ । କାରଣ ଲେମ୍ବୁ ପାଣିରେ ଥିବା ସାଇଟ୍ରେଟ ନାମକ ଏକ ଉପାଦାନ ଶରୀରରେ ବାରମ୍ବାର କିଡନୀ ହେବାକୁ ରୋକିଥାଏ । ଲେମ୍ବୁ ପାଣିର ସେବନ ଦ୍ଵାରା ତ୍ଵଚା ସୁନ୍ଦର, ଚମକଦାର ଓ ଟାଇଟ ମଧ୍ୟ ରହିଥାଏ । କାରଣ ଲେମ୍ବୁ ପାଣିର ସେବନ ଦେୟାର କୋଲଜେନର ଉତ୍ପାଦନ ବଢିଥାଏ । ଏହା ସ୍କିନକୁ ସୁନ୍ଦର କରିଥାଏ ।

 

ଲେମ୍ବୁ ପାଣିର ସେବନ ଦ୍ଵାରା ୱେଟ ଲସ୍ ମଧ୍ୟ ହୋଇଥାଏ । କାରଣ ଲେମ୍ବୁରେ ରହିଥିବା ପେଲିଫେନଲ ନାମକ ଉପାଦାନ ଶରୀରରୁ ଅଯଥା ମୋଟାପଣ ଦୂର କରିଥାଏ । ଲେମ୍ବୁ ପାଣିର ସେବନ ଦେୟାର ଶରୀରରେ ଭିଟାମିନ-ସି ର ମାତ୍ରା ବଜାୟ ରହିଥାଏ । ଯାହା ଦ୍ଵାରା ଭିଟାମିନ-ସି ର ଫାଇଦା ମଧ୍ୟ ଶରୀରକୁ ଭରପୁର ମାତ୍ରାରେ ମିଳିଥାଏ । ଲେମ୍ବୁ ପାଣିର ସେବନ ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହେବା ସହ ଗ୍ଯାସ, ଏସିଡିଟି ଓ କୋଷ୍ଠକାଠିନ୍ଯ ଭଲ ସମସ୍ଯା ଦୂର ହୋଇଥାଏ ।

ତେବେ ଲେମ୍ବୁ ପାଣିକୁ ସେବନ କରିବାକୁ ଚାହୁଁଥିଲେ। ୧ ଗ୍ଳାସ ପାଣିରେ ୧ ଟି ଲେମ୍ବୁ ରସ ମିଶାଇ ଏହାକୁ ଗୋଳାଇ ଲେମ୍ବୁ ପାଣିକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଯଦି ଖାଲି ଲେମ୍ବୁକୁ ପାଣିରେ ଚୁପୁଡି ସେବନ କରିବା ଦ୍ଵାରା ଖଟା ଅନୁଭୂତ ହେଉଥାଏ । ତେବେ ସେହି କ୍ଷେତ୍ରରେ ସେହି ପାଣିରେ ୧ ଚାମଚ ମହୁ ମଧ୍ୟ ମିଶାଇ ପାରିବେ । ଯଦି ଲେମ୍ବୁ ପାଣିର ସେବନ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button