ଦେଶ ବିଦେଶ

ଶୀତଦିନରେ ଗରମ ପାଣିରେ ଗାଧୋଇବା ଉଚିତ୍ ନା ଥଣ୍ଡା ପାଣିରେ, ଡାକ୍ତରଙ୍କ ଏହି ଅଜବ ବୟାନ ଶୁଣିଲେ ତାଯୁବ ହେବେ ଆପଣ

କଣ ଆପଣ ଜାଣିଛନ୍ତି ଶୀତଦିନରେ ଗରମ ପାଣିରେ ଗାଧୋଇବା ଉଚିତ୍ ନା ଥଣ୍ଡା ପାଣିରେ । ଏଭଳି ପରିସ୍ଥିତିରେ ଆପଣ କେଉଁ ପାଣିରେ ଗାଧୋଇବେ, ଯାହା ଶରୀର ପାଇଁ ଲାଭଦାୟକ ହେବ । ଆସନ୍ତୁ ଜାଣିବା…

ଉତ୍ତର ଭାରତରେ ଶୀତଋତୁ ଆରମ୍ଭ ହୋଇସାରିଛି ଏବଂ ତାପମାତ୍ରା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଶୀତଦିନରେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଗରମ ପାଣିର ବ୍ୟବହାର କରିଥାନ୍ତି । ଆଉ କିଛି ଲୋକ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି ।

Best young women profiles.
Barbie: Watch For Free

ତେବେ ପ୍ରଶ୍ନ ଉଠୁଛି ଯେ ଶୀତ ଦିନରେ କେଉଁ ପାଣିରେ ଗାଧୋଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଉପରେ ଆୟୁର୍ବେଦ ଡାକ୍ତାରଙ୍କ ମତ କ’ଣ ରହିଛି ।

ଆୟୁର୍ବେଦ ଡାକ୍ତର ଅଭିନାଭ ରାଜ କହିଛନ୍ତି, “ଥଣ୍ଡା ପାଗରେ ଅଧିକ ଗରମ ପାଣିରେ ନ ଗାଧୋଇ ଉଷୁମ ପାଣିରେ ଗାଧୋଇବା ଉଚିତ୍ । ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଆମ ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ଏହାସହ ଥଣ୍ଡା ଓ କାଶ ହେବାର ଆଶଙ୍କା ହ୍ରାସ ପାଇଥାଏ । ଉଷୁମ ପାଣି ଶରୀରକୁ ସଫା ରଖିବା ସହ ଚର୍ମ ସମସ୍ୟା ଦୂର କରିଥାଏ । ଏହାସହ ଲୋକମାନଙ୍କୁ ଶୀତରୁ ମୁକ୍ତି ଦେଇଥାଏ । ଶୀତରେ ଥଣ୍ଡା ପାଣିରେ ଗୋଧେଇଲେ ଶରୀରର କୌଣସି କ୍ଷତି ହୋଇନଥାଏ । ଯଦି ଥଣ୍ଡା, ଜ୍ୱର, କାଶ ହେଉଛି ତେବେ ଥଣ୍ଡା ପାଣିରେ ନ ଗାଧୋଇ ଉଷୁମ ପାଣିରେ ଗାଧୋଇବା ଭଲ ।”

Related Articles

Leave a Reply

Your email address will not be published. Required fields are marked *

Back to top button