news

ଜନ୍ତୁ କାମୁଡ଼ିଲେ କାହିଁକି ହୁଏ ‘ରେବିଜ୍‌’ ?

ଆଜି ବିଶ୍ୱ ରେବିଜ୍‌ ଦିବସ

ଭୁବନେଶ୍ୱର:- କୁକୁର ବା ବିଳେଇ ଭଳି ଗୃହପାଳିତ ପ୍ରାଣୀ ହେଉ କି ସାପ କିମ୍ବା ଅନ୍ୟ କୌଣସି ବନ୍ୟ ଯନ୍ତୁ, ହଠାତ୍‌ ଏମାନେ କା଼ମୁଡି ଦେଲେ ଆମେ ଚିନ୍ତିତ ହୋଇପଡୁ। ଡାକ୍ତରଖାନା ଯିବାପରେ ଡାକ୍ତରଙ୍କ ପରାମର୍ଶରେ ଆମକୁ ଇଞ୍ଜେକ୍‌ସନ୍‌ ନେବାକୁ ପଡିଥାଏ। ଯାହାକୁ ଡାକ୍ତରୀ ଭାଷାରେ କୁହାଯାଏ anti rabies vaccine । ହେଲେ କେବେ ଭାବିଛନ୍ତି କ’ଣ ଏହାର ଅର୍ଥ। ବାସ୍ତବରେ ଜନ୍ତୁ କାମୁଡ଼ିବା ପରେ ଆମେ ଶରୀରକୁ ରାବିଜ୍‌ ନାମକ ଏକ ଭୂତାଣୁ ଆକ୍ରମଣ କରିଥାଏ। ଯାହା ଧିରେ ଧିରେ ଆମ ଶରୀର ମଧ୍ୟକୁ ପ୍ରବେଶ କରିବା ପରେ ସ୍ନାୟବିକ ରୋଗରେ ପଡିବାର ସମ୍ଭାବନା ରହିଥାଏ। ତା ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ଅଧିକ।

ପ୍ରତି ବର୍ଷ ୨୮ ସେପ୍ଟେମ୍ୱରରେ ବିଶ୍ୱ ରେବିଜ୍‌ ଦିବସ ପାଳନ କରାଯାଇଥାଏ। ରେବିଜ୍‌ ଏପରି ଏକ ଭାଇରସ୍‌, ଯାହା ସାଧାରଣତଃ ପଶୁ କାମୁଡ଼ିଲେ ହୋଇଥାଏ। ଏହା ଏକ ପ୍ରାଣନାଶକ ଭୂତାଣୁ। ଯାହା ମଣିଷ ଶରୀରରେ ସମ୍ପୁର୍ଣ୍ଣ ସଞ୍ଚରୀ ଯିବାପରେ ଏହାର ଲକ୍ଷଣ ଦେଖାଇଥାଏ। ଏଣୁ ହଠାତ୍‌ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁ ନ ଥିଲେ ମଧ୍ୟ ଏହା ମାରାତ୍ମକ ରୋଗକୁ ଡାକି ଆଣିଥାଏ।

Image result for dog biteକିପରି ବ୍ୟାପିଥାଏ ରେବିଜ୍‌:
ଏହା ପଶୁଙ୍କ ଲାଳରୁ ବ୍ୟାପୁଥିବା ଏକ ରୋଗ। ସଂକ୍ରମିତ ପଶୁର ଲାଳ ଯେବେ ବ୍ୟକ୍ତିର ରକ୍ତ ସମ୍ପର୍କରେ ଆସିଥାଏ,ସେବେ ଏହି ଭାଇରସ୍‌ ବ୍ୟାପିଥାଏ। ସାଧାରଣତଃ ରେବିଜ୍‌ କୁକୁର କାମୁଡ଼ିଲେ ହୋଇଥାଏ ବୋଲି ଲୋକେ ଭାବନ୍ତି। କିନ୍ତୁ ଏପରି ନୁହେଁ। କୁକୁର, ବିଲେଇ, ମାଙ୍କଡ଼ ପରି ପଶୁ ଯଦି କୌଣସି ମଣିଷଙ୍କୁ କାମୁଡ଼େ ତା ହେଲେ ମଧ୍ୟ ରେବିଜ୍‌ ଭାଇରସ୍‌ ଶରୀର ଭିତରକୁ ପ୍ରବେଶ କରିଥାଏ। ଏହା ବ୍ୟତୀତ ଅନେକ ସମୟରେ ପୋଷା ପ୍ରାଣୀ ଆପଣଙ୍କୁ ଚାଟିଲେ ମଧ୍ୟ ଏହି ରୋଗ ବ୍ୟାପିଥାଏ। ଯଦି ବ୍ୟକ୍ତିର ତ୍ୱଚା କୌଣସି ସ୍ଥାନରେ ଖଣ୍ଡିଆ ହୋଇନାହିଁ, ତେବେ ଏହି ଭାଇରସ୍ ହେବାର କମ୍‌ ସମ୍ଭାବନା ଥାଏ।

Image result for danger cat wallpaperରେବିଜ୍‌ କିପରି ପ୍ରଭାବିତ କରିଥାଏ:
ରେବିଜ୍‌ ଭାଇରସ୍‌ ବ୍ୟକ୍ତିର ନର୍ଭସ୍‌ ସିଷ୍ଟମ୍‌ରେ ପହଞ୍ଚି ସିଧା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ। ଏହାପରେ ଏହି ଭାଇରସ୍‌ ମାଂସପେଶୀରେ ପହଞ୍ଚିବା ପରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ନିଜର ସଂଖ୍ୟା ବଢ଼ାଇଥାଏ ଏବଂ Neuromuscular junction ଦ୍ୱାରା ଶରୀରରେ ସ୍ନାୟୁବିକ ବିକାର ସୃଷ୍ଟି କରିଥାଏ ।
ବେଳେ ବେଳେ ରେବିଜ୍‌ ଭାଇରସ୍‌ ନର୍ଭସ୍‌ ସିଷ୍ଟମ୍‌ରେ ପହଞ୍ଚି ମସ୍ତିଷ୍କକୁ ଗ୍ରାସ କରିଥାଏ, ଯାହା ଫଳରେ ବ୍ୟକ୍ତି କୋମାକୁ ମଧ୍ୟ ଚାଲିଯାଏ। ଏହାପରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ଏହି ରୋଗ କାରଣରୁ ବ୍ୟକ୍ତିର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ। ସେ ବିନା କୌଣସି କାରଣରେ ଉତ୍ତେଜିତ ହୋଇଥାନ୍ତି। ଅନେକ ସମୟରେ ତାଙ୍କୁ ପାଣିକୁ ଦେଖିଲେ ଡ଼ର ଲାଗିଥାଏ। ଏହା ବ୍ୟତୀତ କିଛି ଲୋକଙ୍କୁ ପାରାଲିସିସ୍‌ ବା ଗୋଟିଏ ଅଙ୍ଗ ଅଚଳ ମଧ୍ୟ ହେବାର ସମ୍ଭାବନା ଥାଏ।
ରେବିଜ୍‌ ଭାଇରସ୍‌ର ଲକ୍ଷଣ:
ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ରେବିଜ୍‌ ଭାଇରସ୍‌ ରହିଥାଏ, ତେବେ ଲକ୍ଷଣ ଦେଖାଯିବା ପରେ ଚିକିତ୍ସାର ସମୟ ଚାଲିଯାଇଥାଏ। ରେବିଜ୍‌ ଏକ ବିପଦପୂର୍ଣ୍ଣ ରୋଗ କିନ୍ତୁ ଏହା ବିଷୟରେ ଲୋକମାନେ କମ୍‌ ଅବଗତ ରହିଥାନ୍ତି। ଏହି କାରଣରୁ ଏହାକୁ ଘାତକ ବୋଲି କୁହାଯାଏ। ରେବିଜ୍‌ର ଲକ୍ଷଣ କିଛି ଏହି ପ୍ରକାରର।
–ଜର ଆସିବା
-ମୁଣ୍ଡ ବିନ୍ଧିବା
-ଭୟଭୀତ ହେବା
-ଚିନ୍ତା ଏବଂ ବ୍ୟାକୁଳ ଲାଗିବା
-ଭ୍ରମ ସୃଷ୍ଟି ହେବା
-ଖାଇବା ପିଇବାରେ କଷ୍ଟ ଅନୁଭବ କରିବା ଏବଂ ଭୋକ ନ ଲାଗିବା
-ପାଟିରୁ ଅଧିକ ଲାଳ ବାହାରିବା
-ପାଣିକୁ ଦେଖିଲେ ଡ଼ର ଲାଗିବା(ହାଇଡ୍ରୋଫୋବିୟା)
-ପାଗଳାମୀ
-ଅନିଦ୍ରା
-ଶରୀରର ଗୋଟିଏ ଅଙ୍ଗ ଅକାମି ହୋଇଯିବା
ଅନେକ ବର୍ଷ ପରେ ମଧ୍ୟ ଜଣାପଡ଼େ ରେବିଜ୍‌ର ଲକ୍ଷଣ:
ରେବିଜ୍‌ରେ ସଂକ୍ରମଣ ହେବାର ଏକ ସପ୍ତାହ ପରେ କିମ୍ୱା ଅନେକ ବର୍ଷ ପରେ ମଧ୍ୟ ରେବିଜ୍‌ର ଲକ୍ଷଣ ଦେଖାଯାଇଥାଏ। ଅଧିକାଂଶ ଲୋକଙ୍କ ମଧ୍ୟରେ ରେବିଜ୍‌ର ଲକ୍ଷଣ ୪ରୁ ୮ ସପ୍ତାହ ମଧ୍ୟରେ ବିକଶିତ ହୋଇଥାଏ। ଯଦି ରେବିଜ୍‌ ସଂକ୍ରମିତ ହୋଇଥିବା ପଶୁ କୌଣସି ବ୍ୟକ୍ତିର ବେକ କିମ୍ୱା ମୁଣ୍ଡର ଆଖପାଖକୁ କାମୁଡ଼େ, ତେବେ ରେବିଜ୍‌ର ଲକ୍ଷଣ ଶୀଘ୍ର ବଢ଼ିଥାଏ। ଏହି ସମୟରେ ଭାଇରସ୍‌ ବ୍ୟକ୍ତିର ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।
ରେବିଜ୍‌ର ପ୍ରାରମ୍ଭିକ ଲକ୍ଷଣରେ ପୀଡ଼ିତ ବ୍ୟକ୍ତିକୁ ଯେଉଁ ସ୍ଥାନରେ ପଶୁ କାମୁଡ଼ି ଥାଏ, ସେହି ସ୍ଥାନ ଝିମ୍‌ଝିମ୍‌ ଲାଗିଥାଏ। ଏଥିପାଇଁ ଯଦି କୌଣସି ବ୍ୟକ୍ତିକୁ କୌଣସି ପଶୁ କାମୁଡ଼େ, ତେବେ ତୁରନ୍ତ ଚିକିତ୍ସକଙ୍କ ପାଖକୁ ନିଅନ୍ତୁ ଏବଂ ଆଣ୍ଟିରେବିଜ୍ ଟିକା ଦିଅନ୍ତୁ।

Image result for rebizପଶୁ କାମୁଡ଼ିଲେ କ’ଣ କରିବେ:

ପଶୁ କାମୁଡ଼ିଥିବା ସ୍ଥାନକୁ ତୁରନ୍ତ, ପାଣି କିମ୍ୱା ସାବୁନ୍‌ରେ ଭଲ ଭାବରେ ଧୋଇଦିଅନ୍ତୁ। ଧୋଇବା ପରେ ସେହି ସ୍ଥାନରେ Tincture or povodine iodine ଲଗାନ୍ତୁ। ଏପରି କରିବା ଦ୍ୱାରା କୁକୁର କିମ୍ୱା ଅନ୍ୟ କୌଣସି ପଶୁ ଲାଳରେ ଥିବା ଜୀବାଣୁ Gyalokoprotein of CirotypeVan Lysvirusର ମିଳେଇ ଯାଇଥାଏ। ଏପରି କରିବା ଦ୍ୱାରା ରୋଗର ପ୍ରଭାବ ଅନେକାଂଶରେ କମ୍ ହୋଇଥାଏ। ଯଦି କୌଣସି ପଶୁ କାମୁଡିବାର ତୁରନ୍ତ ପରେ ଆପଣ ଟିଟାନସ୍‌ ଇଞ୍ଜେକ୍‌ସନ୍‌ ନେଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଏହାର ଉପଯୁକ୍ତ ଚିକିତ୍ସା କରାଯାଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button