ଦେଶ ବିଦେଶ

ପ୍ରତିଦିନ ଏତିକି ମାତ୍ରାରେ ମଦ ପିଇଲେ ହେବନି ହାର୍ଟଆଟାକ୍ ଓ କୋଲେଷ୍ଟ୍ରଲ ମଧ୍ୟ ବଢ଼ିବନି, ଜାଣନ୍ତୁ ପୁରା ଖବର

କେହି କେହି ମଦ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଓ କେହି କେହି ଏହା ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କହିଛନ୍ତି ।ଅନେକ ସମୟ ଏଭଳି ଦ୍ୱିପାକ୍ଷିକା କଥା ଶୁଣିବାକୁ ମିଳିଥାଏ । ହେଲେ ଏହା ମଧ୍ୟ ସତ ଯେ କୌଣସି ଦ୍ରବ୍ୟର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ।ତେବେ ଆସନ୍ତୁ ମଦ ସେବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିବା । ଏହା ଆମ ପାଇଁ କେତେ କ୍ଷତିକାରକ ଓ କେତେ ଲାଭଦାୟକ ହୋଇଥାଏ ।

ତେବେ ମଦ୍ୟ ପାନ କ୍ଷେତ୍ରରେ ଦୁଇ ପ୍ରକାରର ଲୋକ ଦେଖା ଯାଆନ୍ତି । କିଛି ଲୋକ ପ୍ରତିଦିନ ମଦର ସେବନ କରୁଥିବା ବେଳେ କିଛି ଲୋକ ବିଶେଷ କିଛି ମୁହୂର୍ତ୍ତରେ ହିଁ ମଦର ସେବନ କରନ୍ତି । ଆମର ଏହି ସୂଚନା ଟି ପ୍ରତିଦିନ ମଦର ସେବନ କରୁଥିବା ଲୋକମାନଙ୍କ ପାଇଁ । ତେବେ ଆପଣ ଯଦି ଏହି ଅଭ୍ୟାସରେ ପଡ଼ି ସାରିଛନ୍ତି ତେବେ କିପରି ଆପଣ ସ୍ବାସ୍ଥ୍ୟ ସମସ୍ୟାରୁ ବଞ୍ଚି ପାରିବେ ତାହା ଜାଣି ନିଅନ୍ତୁ ।

ଫୋର୍ଟିସ ଏସ୍କର୍ଟିସ ହାର୍ଟ ଇନଷ୍ଟିଚ୍ୟୁଟ ଇଣ୍ଟର ଭେନସନାଲ କାର୍ଡିଓଲଜୀ ବିଭାଗର ଡାକ୍ତର ବିଶାଳ ରଷ୍ଟୋସି କହିଛନ୍ତି ଯେ ଯଦି ଏକ ବ୍ୟକ୍ତି ପ୍ରତିଦିନ ବିଶେଷ ମାତ୍ରାରେ ମଦ୍ୟ ପାନ କରେ ତେବେ ହୃଦ୍ ଜନିତ ସମସ୍ୟାରୁ ବଞ୍ଚିତ ହୋଇ ପାରିବେ । ବିଶେଷ କରି ମହିଳା ମାନଙ୍କ ପାଇଁ ପ୍ରତିଦିନ ଗୋଟିଏ ଡ୍ରିଙ୍କ ଏବଂ ପୁରୁଷ ମାନଙ୍କ ପାଇଁ ଦୁଇଟି ଡ୍ରିଙ୍କ ପିଇବା ଲାଭଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ବଢିବା ସହିତ ହୃଦଘାତ ଆଶଙ୍କା ମଧ୍ୟ ହ୍ରାସ ହୋଇ ଥାଏ ।

ଆହୁରି ପଢନ୍ତୁ :- ଦିନରେ ପାଠ ପଢା ରାତିରେ ଯୌନ ପାଠ, ସନ୍ଧ୍ୟା ହଉହଉ କଲେଜରେ ଆରମ୍ଭ ହେଇଯାଛି ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଖବର
ଏହି ସୂଚନା କେବଳ ଅତ୍ୟଧିକ ମଦ ପ୍ରତି ଆସକ୍ତ ବ୍ୟକ୍ତି ମାନଙ୍କ ପାଇଁ, ଯେଉଁ ମାନେ ପ୍ରତିଦିନ ମଦ ବିନା ଅସମ୍ଭାଳ ହୋଇ ପଡନ୍ତି । ଆମେରିକୀୟ ହାର୍ଟ ଆସୋସିଏସନ୍ ଅନୁଯାୟୀ ହୃଦୟକୁ ଫିଟ୍ ରଖିବା ସହିତ ଶରୀର ସୁସ୍ଥ ରଖିବାକୁ ଚାହୁଁଥିବା ବ୍ୟକ୍ତି । କିଛି ନିର୍ଦ୍ଧିଷ୍ଟ ପଦ୍ଧତିର ଅବଲମ୍ବନ କରିବା ଉଚିତ ।

ଯେପରିକି ଉଚିତ୍ ଓ ସ୍ବାସ୍ଥ୍ୟ ପ୍ରତି ହିତକର ଖାଦ୍ୟର ଗ୍ରହଣ, ନିୟମିତ ବ୍ୟାୟାମ ଏବଂ ତମାଖୁ ସେବନ ନ କରିବା ଏବଂ ବିଶେଷ କରି ଯେଉଁମାନେ ପୁର୍ବରୁ ହାର୍ଟ ରୋଗରେ ଆକ୍ରାନ୍ତ ସେମାନଙ୍କୁ ନିଶ୍ଚିତ ରୂପେ ଜଗି ରଖି ଚଳିବାକୁ ପଡିବ ଏବଂ ମଦ୍ୟ ପାନ ଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ମଦ୍ୟ ପାନ ଦ୍ୱାରା କେଉଁ କ୍ଷତି ସବୁ ହୋଇଥାଏ । ଅତ୍ୟଧିକ ମଦ୍ୟ ପାନ ନିଶ୍ଚିନ୍ତ ଶରୀର ପାଇଁ କ୍ଷତିକାରକ ଅଟେ । ଯାହା ହଠାତ୍ ଜଣା ପଡ଼ି ନ ଥାଏ ମାତ୍ର ଧୀରେ ଧୀରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ ଯେପରିକି ବିପି ବୃଦ୍ଧି, ହୃଦଘାତ, ଷ୍ଟ୍ରୋକ, ଯକୃତରେ ସମସ୍ୟା, ହଜମରେ ସମସ୍ୟା ଇତ୍ୟାଦି ।

Related Articles

Leave a Reply

Your email address will not be published. Required fields are marked *

Back to top button