ଦେଶ ବିଦେଶ

କେଉଁ ଗୁଣ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଆକର୍ଷଣୀୟ କରିଥାଏ ?

ପୁଅ ହେଉ ଅବା ଝିଅ ନିଜକୁ ସୁନ୍ଦର ଓ ଆଟ୍ରାକଟିଭ କରି ରଖିବାକୁ କିଏ ଅବା ଇଛା କରିନଥାଏ । ହେଲେ ବିଶେଷ କରି ଆମେ ଏଠାରେ ଝିଅ ମାନଙ୍କ କଥା କହିବା ପାଇଁ ଯାଉଛୁ । ଝିଅ ମାନେ ନିଜକୁ କିଭଳି ମେଣ୍ଟେନ କରି ରଖିବା ଦ୍ଵାରା ବିଉଟିଫୁଲ୍ ଓ ଆଟ୍ରାକଟିଭ ଦେଖା ଯାଇଥାନ୍ତି । ସେହିସବୁ ଉପରେ ଚାଲନ୍ତୁ ବିସ୍ତାର ଭାବେ ଆଲୋଚନା କରିବା । ବହୁତ ଲୋକଙ୍କୁ ଲାଗେ, ଯେ ସେମାନେ ଯଦି ସୁନ୍ଦର ଥିବେ। ତେବେ ଯାଇ ସେମାନେ ଅନ୍ୟ ମାନଙ୍କ ଆଗରେ ଆକର୍ଷଣର କେନ୍ଦ୍ର ହୋଇପାରିବେ ।

 

ହେଲେ ଖାଲି ରୂପରୁ ସୁନ୍ଦର ଥିଲେ, କେହି ଆଟ୍ରାକଟିଭ ଲାଗନ୍ତି ନାହିଁ । ଯଦି ଝିଅ ମାନଙ୍କ ପାଖରେ ଏହି କ୍ଵାଲିଟି ରହିଥାଏ । ତେବେ ଯାଇ ସେହି ଝିଅ ମାନଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ଝିଅ ମାନଙ୍କୁ ଅନ୍ୟ ଲୋକ ମାନଙ୍କ  ଆଟ୍ରାକଟିଭ ଦେଖାଯିବାର ପ୍ରଥମ ଗୁଣ ହେଉଛି ସିମ୍ପଲସିଟି । ଯେଉଁ ଝିଅ ମାନେ ନିଜ ବିଷୟରେ ଅନ୍ୟ ଆଗରେ ବଢେଇକି କିଛି କହିନଥାନ୍ତି । ସେମାନେ ଯାହା ଅନ୍ୟ ଆଗରେ ସେଇଟା ହିଁ ପ୍ରକାଶ କରିଥାନ୍ତି ।ନିଜର ଜ୍ଞାନ ବା ଧନ କୌଣସି କଥାକୁ ନେଇ ଘମଣ୍ଡ କରିନଥାନ୍ତି । ସେମାନଙ୍କ ପାଖରେ ଥିବା ଏହି ସିମ୍ପଲସିଟି ଗୁଣ ବହୁ ଲୋକଙ୍କୁ ତାଙ୍କ ପାଖକୁ ଆକର୍ଷଣ କରିଥାଏ ।

ଦିତୀୟରେ ନିଜ ବିଷୟରେ ଆପଣ ଯେତେ ପଜିଟିଭ ଥିଙ୍କିଙ୍ଗ ରଖିବେ । ନିଜର କମିୟାକୁ ନଜର ଅନ୍ଦାଜ କରି ନିଜ ଗୁଣ ଉପରେ ଅଧିକ କାମ କରିବାକୁ ଚେଷ୍ଟା କରିବେ । ଏଥିସହ ନିଜର ଭାବନାକୁ ସକାରାତ୍ମକ କରି ରଖିବା ସହ ଅନ୍ୟ ପାଇଁ ମଧ୍ୟ ପ୍ରେରଣା ପାଲଟନ୍ତୁ । ଅନ୍ୟ ମାନଙ୍କୁ ନିଜର ଭଲ ଭାବନା ଦ୍ଵାରା ତାଙ୍କ କାମରେ ତାଙ୍କୁ ଏନକରେଜ କରାନ୍ତୁ । ତେବେ ଆପଣ ମଧ୍ୟ ଅନ୍ୟର ପସନ୍ଦ ଲିଷ୍ଟରେ ସାମିଲ ହୋଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button