ଓଡିଶା

ଆଣ୍ଠୁଏ କାଦୁଅ ପଙ୍କରେ ୫୦ ଗୋରୁ

 ଦିନକୁ ଦିନ ଲୋକେ ନିଜର ମାନବିକତା ହରାଇ ବସୁଛନ୍ତି। ସ୍ବାର୍ଥ ହାସଲ ପରେ ମଣିଷ ହେଉ ବା ଗାଈଗୋରୁ, ଅଦରକାରୀ ପାଲଟି ଯାଉଛନ୍ତି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ପଞ୍ଚାୟତ ଭଗବତପ୍ରସାଦ ଗାଁରେ। ୫୦ରୁ ଊର୍ଦ୍ଧ୍ବ ଗାଈବାଛୁରୀଙ୍କୁ ଆଣ୍ଠୁଏ କାଦୁଅରେ ବାନ୍ଧି ଦିଆଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

କାଶଥାଉକି, ଭଗବତପ୍ରସାଦ ଗ୍ରାମର ଲକ୍ଷ୍ମୀନାରାୟଣ ନାୟକ ସାହି ଭିତରେ ଏକ ଖୋଲା ସ୍ଥାନରେ ଗାଈଗୋରୁଙ୍କୁ ରଖିବା ପରେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଉକ୍ତ ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ନ କରିବା ଓ ଗାଈବାଛୁରୀଙ୍କୁ ଖରାବର୍ଷାରେ ବାନ୍ଧିବା ଦ୍ବାରା ଲୋକେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ ଗାଈ ମାଲିକ ସେହି ସ୍ଥାନ ଛାଡ଼ି ଗୋଡ଼ି ସାହିର ଖୋଲା ପଡ଼ିଆରେ ଗାଈଗୋରୁଙ୍କୁ ରଖିଥିଲେ। ବର୍ତ୍ତମାନ ଢୁଢୁ ବର୍ଷା ଓ କାଦୁଅ ପଙ୍କରେ ଗାଈବାଛୁରୀ ବନ୍ଧା ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କଲେ ଗାଈ ମାଲିକ ଶ୍ରୀ ନାୟକ ସେମାନଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। କାଦୁଅରେ ଗାଈଗୋରୁଙ୍କୁ ବାନ୍ଧିବା ଦ୍ବାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିପାରନ୍ତି। ଏ ନେଇ ପ୍ରଶାସନ ହସ୍ତକ୍ଷେପ କରି ସମସ୍ତ ଗାଈବାଛୁରୀଙ୍କୁ ନିରାପଦ ସ୍ଥାନରେ ରଖିବାକୁ ଦାବି ହୋଇଛି। ଏହାସହିତ ଗାଈ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ସ୍ବର ଉଠାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button