ଓଡିଶା

ଆଜି ପହଞ୍ଚିବେ ରାହୁଲ ଗାନ୍ଧି: ୪.୪ କିମି ପଦଯାତ୍ରା, ୪ ଜନ ସମାବେଶ – bajravana

[ad_1]

ରାଉରକେଲା: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ମଙ୍ଗଳବାର ଅପରାହ୍ନରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିବ। ଓଡ଼ିଶାରେ ପ୍ରବେଶ ପରେ ସୀମାନ୍ତ ଅଞ୍ଚଳରେ ଥିବା ଏକ ପଡ଼ିଆରେ ରାତ୍ରିଯାପନ ସହ ରାଉରକେଲା ଓ ସୁନ୍ଦରଗଡ଼ ସହରରେ ପଦଯାତ୍ରା କରିବେ ରାହୁଲ। ଏହାଛଡ଼ା ସେ ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ(ରାଜଗାଙ୍ଗପୁର) ଓ ସୁନ୍ଦରଗଡ଼ରେ ଜନସମାବେଶକୁ ସମ୍ବୋଧନ କରିବେ। ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ।

ରାହୁଲ ମଙ୍ଗଳବାର ଅପରାହ୍ନରେ ଝାଡ଼ଖଣ୍ଡ ସୀମା ଅତିକ୍ରମକରି ଓଡ଼ିଶାରେ ପ୍ରବେଶ କରିବେ। ସୀମାନ୍ତ ବାଂଶଯୋର୍‌ରେ ଓଡ଼ିଶା କଂଗ୍ରେସର ଶୀର୍ଷ ନେତୃତ୍ବ, ବରିଷ୍ଠ ନେତା, ହଜାରହଜାର କର୍ମୀଙ୍କ ଉପସ୍ଥିତିରେ ତାଙ୍କୁ ସ୍ବାଗତ କରାଯିବ। ଜାତୀୟ ପତାକା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ରାହୁଲ ବାଂଶଯୋରରେ ଏକ ଜନ ସମାବେଶରେ ଉଦ୍‌ବୋଧନ ଦେବେ। ବୀରମିତ୍ରପୁର ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ଯୋଗଦେବେ।

ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ। ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଯାତ୍ରା ଅପରାହ୍ନ ସାଢ଼େ ୪ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବାପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ। ସେଠାରେ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଯାଇ ଅମଲିପାଲି ପଡ଼ିଆରେ ରାତ୍ରିଯାପନ କରିବେ। ୮ ତାରିଖ ସକାଳ ୮ଟାରୁ ଯାତ୍ରା ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମାଗାନ୍ଧୀ ଛକରୁ ବାହାରି ବେହେରାମାଲ କିସାନ ଛକରେ ପହଞ୍ଚିବ। ସେଠାରେ ଜନସଭାରେ ରାହୁଲ ଉଦ୍‌ବୋଧନ ଦେବେ। ପରେ ଗୋବିନ୍ଦପୁର ମଧୁବନ ଢାବାରେ ପ୍ରାତଃବିରତି, କୁରେଇମାଲରେ ମଧ୍ୟାହ୍ନଭୋଜନ ପରେ ମଧ୍ୟାହ୍ନ ୨ଟାରୁ କନକତୋରାରୁ ଯାତ୍ରା ଆରମ୍ଭ ହେବ। ଯାତ୍ରା ସୀମାନ୍ତ ରେଙ୍ଗାଲିପାଲି ରାୟଗଡ଼ ଦେଇ ଛତିଶଗଡ଼ରେ ପ୍ରବେଶ କରିବ। ସେଠାରେ ଜାତୀୟ ପତାକା ହସ୍ତାନ୍ତରପରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ସମ୍ପନ୍ନ ହେବବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଜେପି-ବିଜେଡି ଶାସନ ଯୋଗୁଁ ସମଗ୍ର ରାଜ୍ୟ ତଥା ଦେଶବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି।

ମୋଦୀ ସରକାର ଇଡି, ସିବିଆଇର ଭୟ ଦେଖାଇ ପ୍ରତିଦିନ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଏହି ଅନୈତିକ କାର୍ଯ୍ୟ ବିଷୟରେ ଭାରତବାସୀ ଅବଗତ ଅଛନ୍ତି। ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ପରେ ଉଭୟ ବିଜେପି, ବିଜେଡି ଭୟଭୀତ। ଏହି ଯାତ୍ରା ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରଭାବ ପକାଇବ ଓ ୯ରୁ ୯୦ ଆସନ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଭାରତଯୋଡ଼ ନ୍ୟାୟ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍‌ନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍‌ର ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button