ଦେଶ ବିଦେଶ

ପ୍ରେମିକ କନେଷ୍ଟବଳଙ୍କୁ ଫୋନ କରି ବିଷ ପିଇଦେଲେ ସବ ଇନ୍ସପେକ୍ଟର

ପାଟନା: ବିହାରର ମୁଜାଫରପୁର ଜିଲ୍ଲାରେ ଆଜି ଜଣେ ମହିଳା ଇନ୍ସପେକ୍ଟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମହିଳା ଇନ୍ସପେକ୍ଟର ବିଷ ଖାଇବା ପରେ ତାଙ୍କ ପ୍ରେମିକ କନଷ୍ଟେବଳଙ୍କୁ ଫୋନ କରିଥିଲେ| ମୃତକଙ୍କ ନାମ ଦୀପିକା କୁମାରୀ ହୋଇଥିବାବେଳେ ସେ ସାଇବର ପୁଲିସ ଷ୍ଟେସନରେ ସବ୍-ଇନ୍ସପେକ୍ଟର ଥିଲେ। ଦୀପିକା ତାଙ୍କ ଭଡା ଘରେ ଆଜି ବିଷ ଖାଇଦେଇଥିଲେ। ଏହା ପରେ ସେ ତାଙ୍କ ପ୍ରେମିକ କନେଷ୍ଟବଳ ରୋହିତ ସିଂଙ୍କୁ ଜଣାଇଥିଲେ। ରୋହିତ ତୁରନ୍ତ ପାଟନାରେ ଦୀପିକାଙ୍କ ପରିବାରକୁ ସୂଚନା ଦେଇଥିଲେ। ଏହା ପରେ ପରିବାର ପୁଲିସ ସହିତ ଦୀପିକାଙ୍କ ବାସଭବନରେ ପହଞ୍ଚିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଷ ପିଇବାର ଏକ ଘଣ୍ଟା ପୂର୍ବରୁ ଦୀପିକା ତାଙ୍କ ମା ସହିତ ଫୋନରେ କଥା ହୋଇଥିଲେ। ଏହା ପରେ ତାଙ୍କ ପ୍ରେମିକ ରୋହିତ ସିଂଙ୍କୁ ଫୋନ କରି କହିଥିଲେ ଯେ ଚାପ ଯୋଗୁଁ ବିଷ ଖାଇଦେଇଛନ୍ତି। ଦୀପିକା ୨୦୨୦ ବ୍ୟାଚ୍ ର ସବ୍-ଇନ୍ସପେକ୍ଟର ଥିଲେ | ତାଲିମ ସମାପ୍ତ ହେବା ପରେ, ମୁଜାଫରପୁର ଜିଲ୍ଲା ପୁଲିସରେ ତାଙ୍କର ପୋଷ୍ଟିଙ୍ଗ କରାଯାଇଥିଲା | ୨୧ ଜୁନ୍ ରେ ସେ ସାଇବର ପୁଲିସ୍ ଷ୍ଟେସନରେ ଯୋଗ ଦେଇଥିଲେ | ସମଗ୍ର ମାମଲାରେ ସିଟି ଏସପି ଆୱାଦେଶ ଦୀକ୍ଷିତ କହିଛନ୍ତି ଯେ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ମହିଳା ଇନ୍ସପେକ୍ଟର ବ୍ୟକ୍ତିଗତ ମାମଲା ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ପରିବାର ସଦସ୍ୟଙ୍କ ବିବୃତ୍ତି ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button