ଅପରାଧ

୧୦୧ କେଜି ଗଞ୍ଜେଇ ଜବତ : ୩ ଗିରଫ – bajravana

[ad_1]

ଭୁବନେଶ୍ୱର, ୦୮/୬ : ଭରତପୁର ଥାନା ପୁଲିସ ଚଢ଼ଉ ଗଞ୍ଜେଇ ଭର୍ତ୍ତି କାର୍‌କୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବେପାରୀମାନେ ହେଲେ ଅନୁଗୋଳ ଜିଲା କଣିହାଁ ଥାନା ଦୁର୍ଗାପୁରର ଚନ୍ଦନ ସ୍ବରାଜ ନାଏକ, ଖାମ୍ମାର ଥାନା କୁରୁମୁଳା ଗ୍ରାମର ଅଜୟ କୁମାର ନାଏକ ଓ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ରାଣୀନଗର ଥାନା ବୋମନାବାଦର ରାକେଶ ମଣ୍ଡଳ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ କାର୍ ସହ ୧୦୧ କେଜି ଗଞ୍ଜେଇ ଓ ୩୫ ହଜାର ୨୫୦ ଟଙ୍କା ଜବତ କରିଛି। ଭରତପୁର ଥାନା ଅଧିକାରୀ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ। ଗଞ୍ଜେଇ ଭର୍ତ୍ତି କାର୍‌ଟି ଉକ୍ତ ରାସ୍ତା ଦେଇ ଅତିକ୍ରମ କରିବାବେଳେ ଚଢ଼ଉ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତମାନେ ଏହି ବେଆଇନ ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ କରୁଥିବା ସ୍ବୀକାର କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button