ଦେଶ ବିଦେଶ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ : ୩ ଶ୍ରମିକ ମୃତ – bajravana

[ad_1]

ନୂଆଦିଲ୍ଲୀ, ୦୮/୬ : ଦିଲ୍ଲୀର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ନିଆଁ ଚାରିଆଡ଼େ ବ୍ୟାପିବା କାରଣରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ସମସ୍ତଙ୍କୁ ନରେଲାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, କାରଖାନାରେ ମୁଗକୁ ଗ୍ୟାସ୍ ବର୍ଣ୍ଣରରେ ଭଜାଯାଉଥିଲା। ଏହି ସମୟରେ ପାଇପଲାଇନ୍‌ରୁ ଗ୍ୟାସ୍ ନିର୍ଗତ ହେବା କାରଣରୁ ନିଆଁ ଲାଗିଥିଲା। ଫଳରେ କନ୍‌ଫ୍ରେସର ଗରମ ହୋଇଯାଇଥିଲା ଏବଂ କାରଖାନାରେ ବିସ୍ଫୋରଣ ହୋଇଥିଲା। ପୁଲିସ କହିଛି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ କରାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button