ଦେଶ ବିଦେଶ

ବୁଡ଼ାଜାହଜରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଭାରତ

ଭୁବନେଶ୍ବର : ଭାରତ ପକ୍ଷରୁ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର (ଏସଏଲବିଏମ) ସଫଳ ପରୀକ୍ଷଣ କରାଯାଇଛି । ଭାରତର ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଆଇଏନଏସ ଅରହନ୍ତରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଭେଦ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଭାରତର ଏସଏଲବିଏମ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି । ଭାରତର ଆଣବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ପ୍ରଥମେ କୌଣସି ଦେଶ ଉପରେ ପରମାଣୁ ଆକ୍ରମଣ ନ କରିବା ଭାରତର ଆଣବିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ହୋଇଥିବାବେଳେ ଯଦି ଅନ୍ୟ କୌଣସି ଦେଶ ଭାରତ ଉପରେ ପରମାଣୁ ଆକ୍ରମଣ କରେ ତାହାର ଏକ ପ୍ରଚଣ୍ଡ ତଥା ନିର୍ଣ୍ଣାୟକ ଜବାବ ଦେବା ମଧ୍ୟ ଭାରତୀୟ ଆଣବିକ ନୀତିର ଆଉ ଏକ ବୈଶିଷ୍ଟ୍ୟ । ଏହି ନିର୍ଣ୍ଣାୟକ ତଥା ଜବାବି ଆଣବିକ  ଆକ୍ରମଣ ପାଇଁ ପ୍ରଦାନ କରିବାକୁ  ଏକ ଶକ୍ତିଶାଳୀ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଏସଏଲବିଏମ) କ୍ଷମତା ବେଶ ଜରୁରୀ ।

ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ । ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା । ଏହି ବୁଡ଼ାଜାହାଜ ପରମାଣୁ ଶକ୍ତି ସଂପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button