ଓଡିଶା

ସୂର୍ଯ୍ୟକିରଣ ଶୋ’ରେ ରାଜଧାନୀର ଆକାଶକୁ ରଙ୍ଗୀନ କଲା ବାୟୁ ସେନା

ଭୁବନେଶ୍ୱର: କୁଆଖାଇ ନଦୀ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ଏରୋବେଟିକ୍ ଟିମ୍ ଆକାଶରେ ସାହାସିକ ପ୍ରଦର୍ଶନ କରିଛନ୍ତି । ଏକାସାଙ୍ଗରେ ୯ଟି ହକ୍ ଲଢ଼ୁଆ ବିମାନ ଆକାଶରେ ଉଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ ନଦୀପଠାରେ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ ।

୯ ଗୋଟି ହକ୍ MK-132 ଲଢୁଆ ବିମାନ ଗୋଟିଏ ପରେ ଗୋଟିଏ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍ ମାର୍ଶଲ୍ ଡିକେ ପଟ୍ଟନାୟକ କୂଆଖାଇ ପଠାରେ ଉପସ୍ଥିତ ଥିଲେ ।

ଆସନ୍ତା ୧୮ ତାରିଖରେ ପୁରୀରେ ମଧ୍ୟ ବାୟୁସେନା ପକ୍ଷରୁ ଚିତ୍ତାକର୍ଷକ ଏୟାର ଶୋ ହେବ । ୧୮ ତାରିଖରେ ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ବାୟୁ ସେନା ଚିତ୍ତାକର୍ଷକ ପ୍ରଦର୍ଶନ କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button