ଓଡିଶା

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳିତ – bajravana

[ad_1]

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରାଯାଇଛି।ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ପରିଜନଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା।ଏହି ଉପଲକ୍ଷେ ମନ୍ଦିର ର ପରିସରକୁ ଖୁବ ଭବ୍ୟ ଢଙ୍ଗରେ ରଙ୍ଗବେରଙ୍ଗ ର ଫୁଲ ଏବଂ ନାନା କିସମର ଆଲୋକମାଳାରେ ସଜ୍ଜା ଯାଇଥିଲା।ତିନିଦିନର ପ୍ରତିଷ୍ଠା ଉତ୍ସବ, ଗତ ୧୨ ତାରିଖ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୧୪ତାରିଖ ରେ ସରସ୍ୱତୀ ପୂଜାର ଶୁଭ ଅବସରରେ ସମାପ୍ତ ଘଟିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଦିବ୍ୟ ମନ୍ଦିର ର ସଂସ୍ଥାପନା ୧୯୭୯ ମସିହାର ସରସ୍ୱତୀ ପୂଜା ତିଥିରେ ହୋଇଥିଲା।

ଗତ ୧୪ ତାରିଖ ବସନ୍ତ ପଞ୍ଚମୀ ର ଶୁଭ ଦିନରେ ପ୍ରତିଷ୍ଠା ଦିବସ ର ମୁଖ୍ୟ ଉତ୍ସବ ବୈଦିକ ନୀତି କ୍ରମେ ସମ୍ପନ୍ନ କରାଯାଇଥିଲା। ସେଦିନ ସକାଳ ୧୦ଟା ସମୟରେ ମନ୍ଦିର ର ରତ୍ନ ସିଂହାସନରେ ବିରାଜମାନ ଚାରିଠାକୁର ଜଗତର ନାଥ ଶ୍ରୀଜଗନ୍ନାଥ, ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା।ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମୃଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘନ ଘନ ନାଦ ତଥା ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ମଧ୍ୟାହ୍ନ ୧୧ଟା ସମୟରେ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା। ଅପରାହ୍ନ ୪ଟା ବେଳେ ନାମଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇଥିଲା।ଏଠାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଭାରତୀ ମନ୍ଦିର ସମ୍ମୁଖସ୍ଥ ବିଦ୍ୟୁତ ତାରର ଭୂତଳ ସରବରାହ ବ୍ୟବସ୍ଥା କୁ ଶୁଭ ପ୍ରଦାନ କରିଥିଲେ।ସମଗ୍ର ପରିବେଶ ବେଶ ଭକ୍ତିପୂତ ହେବା ସାଙ୍ଗକୁ ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ଦର୍ଶନ କରି ଅପୁର୍ବ ଆଧ୍ୟାତ୍ମିକ ଉଛ୍ୱାସ ଏବଂ ଅଲୌକିକ ଐଶ୍ୱରୀୟ ଆନନ୍ଦ ଉପଲବଦ୍ଧି କରିବା ର ବିରଳ ଦୃଶ୍ୟ ବେଶ ଭାବଦ୍ଦୀପକ ଓ ମର୍ମସ୍ପର୍ଶୀ ଥିଲା।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱରର ସଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ଏବଂ ନୀଳାଚଳ ସେବାସଂଘ ର ମିଳିତ ସହଯୋଗ ରେ ମନ୍ଦିର ପରିସରରେ ଆୟୋଜିତ ତିନି ଦିନିଆ ଗୁରୁକୃପା ଉତ୍ସବ-୨୦୨୩-୨୪ ଅବସରରେ ବହୁ ବିଶିଷ୍ଟ କଳାକାର ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ର ଚତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ପ୍ରତ୍ୟେକ ସନ୍ଧ୍ୟା ର କାର୍ଯ୍ୟକ୍ରମ ସୁନାମଧନ୍ୟ ସଙ୍ଗୀତଜ୍ଞ ଗୁରୁ ପ୍ରଶାନ୍ତ କୁମାର ବେହେରା ଓ ସାଥିଙ୍କ ଦ୍ୱାରା ସୁମଧୁର ଜଗନ୍ନାଥ ଭଜନ ପରିବେଷଣ ରୁ ଆରମ୍ଭ ହୋଇଥିଲା। ବିଘ୍ନେଶ୍ବର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ତଥା କର୍ମକର୍ତ୍ତା ବୃନ୍ଦ ଯଥା ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ(ଖ), ଅଜୟ ପ୍ରଧାନ,ପଙ୍କଜ ମହାନ୍ତି, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ପ୍ରଧାନ,ସହ ପରିଚାଳକ ଶଶୀକାନ୍ତ ସାହୁ, ସଂଜୀଵ ଜେନା ଏବଂ ମନ୍ଦିର ର ପୂଜକ ସନାତନ ପାଢ଼ୀ, ଦେଵବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button