ଓଡିଶା

ଗରମକୁ ଖାତିର ନକରି ପ୍ରଚାର ମଇଦାନରେ ବିଜେଡି: ମାଲକାନଗିରିରେ ପ୍ରଦୀପ ମାଝୀଙ୍କ ପ୍ରଚାର ଜୋରଦାର – bajravana

[ad_1]

ମାଲକାନଗିରି: ଜିଲ୍ଲାରେ ଖରା ଯେତେ ବଢୁଛି ରାଜନୀତିର ଉଷ୍ମତା ମଧ୍ୟ ସେତେ ବଢୁଛି। ଏବେ ଜିଲ୍ଲାରେ ପାରଦ ୪୩ ଡିଗ୍ରି ଛୁଇଁଲାଣି। ଏତେ ଗରମରେ ଲୋକେ ଘରୁ ପଦାକୁ ବାହାରିବାକୁ ପସନ୍ଦ କରୁନଥିବା ବେଳେ ଶନିବାର ବିଜେଡିର ବିରାଟ ରାଲି ଓ ପ୍ରଚାର ଶୋଭାଯାତ୍ରା ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ବାଧ୍ୟ କରିଥିଲା। ପ୍ରଥମ କରି ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ହଜାର ହଜାର ଲୋକଙ୍କୁ ନେଇ ପ୍ରଚାର ମଇଦାନରେ ଓହ୍ଲାଇଥିଲେ।ପ୍ରଦୀପଙ୍କୁ ମାଲକାନଗିରି ସୀମା ଭିତରେ ପ୍ରବେଶ କରିବା ପରେ ଗୋବିନ୍ଦପାଲ୍ଲୀ ଠାରେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଇବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ପ୍ରକାଶ ଥାଉକି ଗତଥର ରମେଶ ମାଝୀଙ୍କୁ ଦଳ ସାଂସଦ ପ୍ରାର୍ଥୀ କରି ଏକ ଚ୍ୟାଲେଞ୍ଜ କରିଥିଲା, ଯାହା ସଫଳ ହୋଇଥିଲେ।

ତେବେ ଏବେ ପ୍ରଦୀପ କଂଗ୍ରେସରୁ ଆସି ବିଜେଡିର ପ୍ରାର୍ଥୀ ହେବା ପରେ ଲୋକେ ତାଂକୁ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଗତଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ସେତେଟା ଭଲ ପ୍ରଦର୍ଶନ ନଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ ରହିଥିଲା। ଆଜି ପ୍ରଥମ କରି ପ୍ରଦୀପ ନିଜର ନିର୍ବାଚନ ପ୍ରଚାର ଆରମ୍ଭକରି ଗୋବିନ୍ଦପାଲ୍ଲୀ ଠାରୁ ପଡିଆ ପର୍ଯ୍ୟନ୍ତ ଯାଇଥିଲେ।ମାଥିଲି, ପାଙ୍ଗାମ, କୋତାମେଟା, ପାଣ୍ଡ୍ରିପାଣି ପରେ ମାଲକାନଗିରିରେ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। ବିଜେଡି ସରକାରଙ୍କର ସମସ୍ତ ଯୋଜନା ଲୋକଙ୍କ ପାଖରେ ଆଗରୁ ପହଞ୍ଚିଥିଲେ ମଧ୍ୟ ଆମେ ଆମର କର୍ତ୍ତବ୍ୟ କରିବୁ। ଲୋକଙ୍କୁ ନବୀନ ସରକାର ଦେଉଥିବା ସମସ୍ତ ଯୋଜନାକୁ ମନେ ପକାଇବୁ। ଆଗାମୀ ଦିନରେ ମଧ୍ୟ ନବୀନ ସରକାର ଲୋକଙ୍କ ପାଇଁ ବହୁ ଯୋଜନା କରିଥିବା ଜଣାଇବୁ ବୋଲି ପ୍ରଦୀପ କହିଥିଲେ।ଏଥର ମଧ୍ୟ ବିଜେଡି ବିପୁଳ ପରିମାଣରେ ବିଜୟ ଲାଭ କରିବ ବୋଲି କହିଥିଲେ।

ଅନ୍ୟଦିଗରେ ମାଲକାନଗିରି ବିଧାନସଭା ଆସନକୁ ଅକ୍ତିଆର କରିବୁ ବୋଲି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ କହିଥିଲେ। ଲୋକଙ୍କର ନବୀନ ସରକାର ଏବଂ ପ୍ରଦୀପ ମାଝିଙ୍କ ଉପରେ ଆସ୍ଥା ରହିଛି। ପ୍ରଦୀପ ମାଝି ଜିତିଲେ ହିଁ ଜିଲ୍ଲାର ଉନ୍ନତି ଏବଂ ବିକାଶ ଜୋରଦାର ହେବ ବୋଲି କୁହାଯାଇଛି।ତେବେ ଗରମକୁ ଖାତିରି ନକରି ଲୋକେ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ବିଜେଡି କର୍ମୀଙ୍କ ଉତ୍ସାହ ଗରମର ଝାଳକୁ ସୁଖାଇ ଦେଉଥିଲା। ଶୁକ୍ରବାର ରାତି ମାଲକାନଗିରିରେ ପ୍ରଦୀପ ମାଝୀ ରହିବାର କାର୍ଯ୍ୟକ୍ରମ ରହିଛି।ରାତିରେ ବିଜେଡିର କର୍ମୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।ଆଗାମୀ ରଣନୀତି ପ୍ରସ୍ତୁତ ହେବ ବୋଲି ବେଜିଡି କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button