ମନୋରଞ୍ଜନ

ମୁଣ୍ଡ କାମ କରୁନାହିଁ କି? ପ୍ରଶଂସକଙ୍କୁ ମଜାରେ ମାଡ଼ ମାରିବାରୁ ଏଳଭି ଲେଖି ଟ୍ରୋଲ କଲେ ଲୋକେ – bajravana

[ad_1]

ମୁମ୍ବାଇ: ପ୍ରଶଂସକଙ୍କୁ ମାଡ଼ ମାରି ଟ୍ରୋଲ ହେଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ଅନେକ ସମୟରେ ତାଙ୍କ ମଜାଳିଆ ସ୍ବଭାବ ପାଇଁ ଚର୍ଚ୍ଚାକୁ ଆସନ୍ତି ଜ୍ୟାକି। ପ୍ରଶଂସକଙ୍କ ସହ ସେ ଥଟ୍ଟା ମଜା କରୁଥିବାର ମଧ୍ୟ ଦେଖିବାକୁ ମିଳେ। ହେଲେ ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ଲୋକଙ୍କୁ ପସନ୍ଦ ଆସିନଥିବା ଦେଖାଯାଇଛି। ସେଲଫି ନେବାକୁ ଆସୁଥିବା ଯୁବକଙ୍କ ମୁଣ୍ଡକୁ ମଜାରେ ଜ୍ୟାକି ଶ୍ରଫ ମାଡ଼ ମାରିଥିଲେ ବି ତାଙ୍କର ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଜ୍ୟାକି ହାତରେ ୨ଟି ଚାରାଗଛ ଧରିଛନ୍ତି। ଏହି ସମୟରେ ଜଣେ ଯୁବକ ସେଲଫି ନେବାକୁ ଆସିବାରୁ ସେ ତାଙ୍କ ମୁଣ୍ଡକୁ ଥଟ୍ଟାରେ ମାଡ଼ ମାରି ବାମପଟେ ଛିଡା ହେବାକୁ କହୁଛନ୍ତି। ଏହା ପରେ ସେ ଯୁବକଙ୍କ ସହ ଫଟୋ ଉଠାଉଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବିରକ୍ତି ପ୍ରକାଶ କରିଛନ୍ତି ପ୍ରଶଂସକ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସେ କ’ଣ ପାଇଁ ଏଭଳି ମାଡ଼ ମାରୁଛନ୍ତି। ପାଗଳ ହୋଇଯାଇଛନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି ଯେ, “ଆପଣ କାହାକୁ ମାରିପାରିବେ ନାହିଁ। ସେ ଆପଣଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁ ନୁହଁନ୍ତି ଯାହାଙ୍କ ସହିତ ଆପଣ ମସ୍ତି ମାଜାକ୍ କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button