ଓଡିଶା

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର: ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ – bajravana

[ad_1]

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅମରେନ୍ଦ୍ର ଦାସ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି ତାଙ୍କୁ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ। ସାଂସଦ ଅପରାଜିତା ଷଡଙ୍ଗୀ, ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ରାଜ୍ୟ ସମ୍ପାଦକ ସରୋଜ କର, ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ ଓ ଓମ୍ ପ୍ରକାଶ ରାୟ ଉପସ୍ଥିତ ଥିଲେ।

ଅମରେନ୍ଦ୍ରଙ୍କ ବିଜେପିରେ ଯୋଗଦାନକୁ ନେଇ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି। ୨୦୧୯ରେ ଅମରେନ୍ଦ୍ର ଜଗତସିଂହପୁରରେ ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ତେବେ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ପରେ ଅମରେନ୍ଦ୍ରଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏଥର ମଧ୍ୟ ସେ ଜଗତସିଂହପୁର ପାଇଁ ଆଶାୟୀ ଥିଲେ। ତେବେ ସେଠାରେ ପୁଣି ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କଲା ପରେ ଅମରେନ୍ଦ୍ର ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିଥିଲେ। ସେ ବିଜେପି ଟିକେଟରେ ଜଗତସିଂହପୁରରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଶ୍ରୀ ଦାସଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଞ୍ଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାନ୍‌, ପିତେଇପୁରର ପୂର୍ବତନ ସରପଞ୍ଚ ନରେନ୍ଦ୍ର ବେହେରା, ହିମାଂଶୁ ରଞ୍ଜନ ମହାନ୍ତି, ତାରତଙ୍ଗା ପଞ୍ଚାୟତ ସମିତି ସଦସ୍ୟ ଲୋକନାଥ ମହାନ୍ତିଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ।

ଏହି ଅବସରରେ ସଭାପତି ଶ୍ରୀ ସାମଲ କହିଲେ, ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ଓଡିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ନେତା, ମନ୍ତ୍ରୀଙ୍କ ଅସ୍ୱାଭାବିକ ବିକାଶ ହୋଇଛି। ଗତ ଦଶ ବର୍ଷରେ ମୋଦୀ ସରକାର ୧୮.୮୬ ଲକ୍ଷ କୋଟି ଟଙ୍କାର ଅନୁଦାନ ଓ ସହାୟତା ଯୋଗଇବା ସତ୍ତ୍ବେ ବିଜେଡି ସରକାର କାରଣରୁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିବାର ଅପଚେଷ୍ଟା କରାଯାଉଛି। ଓଡିଆ ଅସ୍ମିତା ଓ ସ୍ୱାଭମମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଲୋକଙ୍କ ଆତ୍ମବିଶ୍ୱାସ ଫେରିବା ସହ ରାଜନୈତିକ ବ୍ୟବସ୍ଥାର ପରିବର୍ତନ ହେବ ବୋଲି ଶ୍ରୀ ସାମଲ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button