ଓଡିଶା

ଯୁବତୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ – bajravana

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ରକ୍ତ ଦରକାର ପଡୁଥିବା ରୋଗୀ ଏବଂ ତାଂକ ସଂପର୍କୀୟମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା କ୍ରମରେ ଆଜି କୁରଡୁଗୁଡା ଗ୍ରାମର ମୀନତୀ ପାଙ୍ଗି ନାମକ ୧୭ ବର୍ଷର ଯୁବତୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ।

ତେବେ ତାଂକୁ ଆଜି ଡାକ୍ତର ତୁରନ୍ତ ରକ୍ତ ଚଢାଇବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ରକ୍ତ ମିଳିବା କଷ୍ଟକର ହୋଇପଡିଥିଲା।ରକ୍ତଭଣ୍ଡାରରେ ରକ୍ତର ଅଭାବ କାରଣରୁ ସେମାନେ ବାହାରେ ବହୁ ଲୋକଙ୍କୁ ରକ୍ତ ପାଇଁ ନେହୁରା ହୋଇଥିଲେ। ତେବେ ମାଲ୍ୟବନ୍ତ ରକ୍ତଦାତା ଗ୍ରୁପର କିଛି ଯୁବକଏନେଇ ଖବର ପାଇବା ପରେ କଳିଙ୍ଗ ଟିଭିର ଯୁବ କ୍ୟାମେରା ମ୍ୟାନ ସଂତୋଷ ନାୟକଙ୍କୁ ରକ୍ତଦାନ କରିବାକୁ ପ୍ରବର୍ତ୍ତାଇଥିଲେ। ତୁରନ୍ତ ସଂତୋଷ ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ। ଯାହାଫଳରେ ଯୁବତୀଙ୍କ ଜୀବନ ବଞ୍ଚିପାରିଲା ବୋଲି କୁହାଯାଇଛି। ସଂତୋଷଙ୍କ ଏହି ଅବଦାନକୁ ପରିବାର ଲୋକେ ଏବଂ ସ୍ଥାନୀୟ ଅଂଚଳରେ କୃତଜ୍ଞତା ପ୍ରଦାନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button