ବଣ୍ଡାବାଙ୍କୁଲି ବନ୍ଧ ମରାମତିରେ ମହାଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ – bajravana
[ad_1]
ମାଲକାନଗିରି: ମାଲକାନଗିରି ସହରସ୍ଥିତ ବଣ୍ଡାବାଙ୍କୁଲି ବନ୍ଧ ମରାମତିରେ ପ୍ରତିବର୍ଷ କୋଟି କୋଟି ଟଂକା ଖର୍ଚ୍ଚ କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି। ଗତ କିଛି ବର୍ଷ ମଧ୍ୟରେ ୫ କୋଟିରୁ ଊର୍ଦ୍ଧ୍ବ ଟଂକା ଏହି ବନ୍ଧ ମରାମତିରେ ଖର୍ଚ୍ଚ ହୋଇସାରିଲାଣି। ଏବେ ପୁଣି ଏହି ବନ୍ଧ ମରାମତି ସହ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଂକା ଖର୍ଚ୍ଚ କରାଯିବ। ପୌର ପ୍ରଶାସନ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏଥିରେ ଜଳ ଜଳ ଦିଶୁଛି। ଏତେ ଟଂକା ଖର୍ଚ୍ଚ କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ବନ୍ଧର କୌଣସି ଉନ୍ନତି ହୋଇପାରିଲା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମାଲକାନଗିରି ପୌର ପରିଷଦ ଅଧିନରେ ଥିବା ଅନ୍ୟ ବନ୍ଧଗୁଡିକକୁ ମଧ୍ୟ ଏଭଳି କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ମଧ୍ୟ ଉନ୍ନତି ହୋଇପାରିନଥିବା ଅଭିଯୋଗ କରାଯାଇଛି। ସିଧାସଳଖ ସରକାରୀ ଟଂକାକୁ ବିଭାଗୀୟ ଅଧିକାରୀ ଓ ଠକାଦାର ମିଳିମିଶି ଆତ୍ମସାତ କରୁଥିବା କଂଗ୍ରେସ କହିଛି। ଆଗାମୀ ଦିନରେ ଏନେଇ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ଆଜି ଜିଲ୍ଲା କଂଗ୍ରେସ ତରଫରୁ ଜି.ଶ୍ରୀନିବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ଇସାକ ଖୋସଲା, କେଶୁ ରାଓ ପ୍ରମୁଖ ବନ୍ଧ ନିକଟରେ ଉପସ୍ଥିତ ରହି କାର ତଦାରଖ କରିବା ସହ ମହାଦୁର୍ନୀତର ଅଭିଯୋଗ କରିଛନ୍ତି।
[ad_2]