ଓଡିଶା

ନଗଡ଼ାର ଅପପୁଷ୍ଟି ଆକ୍ରାନ୍ତ ଶିଶୁକୁ ଚେଙ୍କ ଚିକିତ୍ସା: ଗାଁରେ ଭେଟିଲେ ଡାକ୍ତରୀଦଳ – bajravana

[ad_1]

କାଳିଆପାଣି: ନଗଡ଼ାର ଅପପୁଷ୍ଟି ଆକ୍ରାନ୍ତ ଶିଶୁକୁ ଚେଙ୍କ ଚିକିତ୍ସା। ଦୁର୍ବଳତମ ଶିଶୁ ଭାବେ ଚିହ୍ନଟ ହୋଇଥିବା ତଳନଗଡ଼ାର ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ଝିଅ ଅନୁସୟା (୭୨ ଦିନ)କୁ ଚେଙ୍କ ଦିଆଯାଇଛି। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥୀ ଓ କଟକ ଶିଶୁଭବନର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବନୋଜ କୁମାର ଜେନା ଗତକାଲି ନଗଡ଼ା ଗସ୍ତକରି ଏହି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ପରଖିବା ସମୟରେ ତା’ ପେଟରେ ଚେଙ୍କ ଚିହ୍ନ ଥିବା ଦେଖିଥିଲେ। ପୋଇ ରୋଗ ପାଇଁ ଝିଅକୁ ଚେଙ୍କ ଦେଇଥିବା ବାପାମା’ କହିଥିଲେ। ଝିଅକୁ ନେଇ ତୁରନ୍ତ ଡାକ୍ତରଖାନା ଯିବାକୁ ୨ ଡାକ୍ତର ମାଆ ଗାଲେ ପ୍ରଧାନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ।

ଓଜନ ଓ ବାହୁମାପ ଆଧାର‌ରେ ଶିଶୁଟି ସାମ୍‌ (ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ) ଶ୍ରେଣୀଭୁକ୍ତ। ଜନ୍ମ ବେଳେ ତା’ ଓଜନ ୨ କିଲୋ ୪ ଶହ ଗ୍ରାମ୍‌ ଥିଲା ବୋଲି ଆଶାକର୍ମୀ ଜୟନ୍ତୀ ମହାନ୍ତ କହନ୍ତି। ଗତ ୫ ତାରିଖରେ ସାଙ୍ଘାତିକ କୁପୋଷଣ ଅବସ୍ଥାରେ ଥିବା ଶିଶୁର ଓଜନ ୧୭୦୦ ଗ୍ରାମ୍‌କୁ ଖସି ଆସିଥିଲା। ସ୍ବାଭାବିକ ଶିଶୁ ଓଜନର ଅଧାରୁ କମ୍‌ ଥିଲେ ମଧ୍ୟ ତାକୁ ଡାକ୍ତରଖାନା ନିଆଯାଇନାହିଁ। ନିଜ ଘରେ ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ନେଇଥିବା ଏହି ଶିଶୁର ସ୍ବାସ୍ଥ୍ୟାବସ୍ଥା ସଂକଟରେ ଥିଲେ ମଧ୍ୟ ତାକୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର (ଏନ୍‌ଆର୍‌ସି)କୁ ନିଆଯାଇ ପାରିନାହିଁ। ଡାକ୍ତରଖାନା ନେବାକୁ ମାସେ ଧରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଓ ବୁଝ‌ାସୁଝା ଜାରି ରହିଥିଲେ ମଧ୍ୟ ଏହି ଜୁଆଙ୍ଗ ଦମ୍ପତି ଡାକ୍ତରୀ ପରାମର୍ଶ ମାନିବାକୁ ନାରାଜ୍‌। ଅପରପକ୍ଷରେ ପଡ଼ୋଶୀ ଗାଁ ଏକୁଲର ଜଣେ କ୍ବାକ୍‌ ପରାମର୍ଶରେ ସେମାନେ ଝିଅର ଜଡ଼ିବୁଟି ଚିକିତ୍ସା ଚଳାଇଥିଲେ। ବର୍ତ୍ତମାନ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button