ମନୋରଞ୍ଜନ

ଛୋଟ ଭାଇ ଅନିଲଙ୍କ ଶତ୍ରୁ ପାଲଟିଛନ୍ତି କି ବୋନି କପୁର ? କାରଣ କ’ଣ – bajravana

[ad_1]

ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତିସମ୍ପନ୍ନ ପ୍ରଡ୍ୟୁସର ବୋନି କପୁର ନିଜ ଛୋଟ ଭାଇ ଅନିଲ କପୁରଙ୍କ ସହିତ ବଡ଼ ଧରଣର ଝଗଡ଼ା କରିଥିବା ଚର୍ଚ୍ଚା ହେଉଛି। ଏନେଇ ସୂଚନା ଖୋଦ୍ ବୋନି ଏକ ସାକ୍ଷାତ୍‌କାରରେ ଦେଇଛନ୍ତି। ବୋନି କହିଛନ୍ତି ଅନିଲ ସହ ମୋର ବଡ଼ ଧରଣର ଝଗଡ଼ା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଛି।
ଏହି ଝଗଡ଼ା ୨୦୦୫ରେ ରିଲିଜ୍ ହୋଇଥିବା ସୁପରହିଟ୍ କମେଡ଼ି ଫିଲ୍ମ ‌‘ନୋ ଏଣ୍ଟ୍ରି’ର ସିକ୍ବେଲକୁ ନେଇ ହୋଇଥିଲା। ଅନିଲ ‘ନୋ ଏଣ୍ଟ୍ରି-୨’ ନିର୍ମାଣ କରିବାକୁ ଚାହୁଁଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରଖିଛନ୍ତି। ଏହି ସିକ୍ବେଲରେ ପୁରୁଣା ଷ୍ଟାର୍ କାଷ୍ଟ୍‌ଙ୍କୁ ରିପ୍ଲେସ କରାଯାଇଛି। ନୂଆ ଷ୍ଟାର୍ କାଷ୍ଟ୍ ସହିତ ଫିଲ୍ମ ନିର୍ମାଣ କରିବାର ଯୋଜନା ହୋଇଛି। ପୂର୍ବରୁ ସଲମାନ ଖାନ୍ ଏବଂ ଫରିଦିନ୍ ଖାନ୍‌ଙ୍କୁ ପ୍ରୋଜେକ୍ଟରୁ ବାହାର କରାଯାଇଛି। ତେବେ ଅନିଲ ଏହି ସିକ୍ବେଲରେ ଯୋଗ ଦେବାକୁ ଚାହୁଁଛନ୍ତି।

କିନ୍ତୁ ବୋନିଙ୍କ ସୂଚନା ପୂର୍ବରୁ ପ୍ରଚାର ହୋଇଥିଲା ଯେ ଅନିଲଙ୍କୁ ପ୍ରୋଜେକ୍ଟରେ ନିଆଯାଉ ନାହିଁ। ଏନେଇ ଅନିଲ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଅନିଲ ବୋନିଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି।। ‘ନୋ ଏଣ୍ଟ୍ରି-୨’ରେ ବରୁଣ ଧାୱନ, ଦିଲଜିତ୍ ଦୋସାଂଝ ଏବଂ ଅଜୁର୍ନ କପୁରଙ୍କୁ ଦେଖିବାକୁ ମିଳିବ। ‘ନୋ ଏଣ୍ଟ୍ରି-୨’ ନିର୍ମାଣ ପୂର୍ବରୁ କପୁର ପରିବାରରେ ବଢୁଥିବା ଫାଟ କମିବ ନା ପୁଣି ଆଗକୁ ଯିବ ସେ ନେଇ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜାରି ରହିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button