ଓଡିଶା

ବାହାଘରର ସପ୍ତାହକ ପରେ ନବବଧୂଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର – bajravana

[ad_1]

ସୋର: ବାଲେଶ୍ୱର ଜିଲା ସୋର ଥାନା ଉପରଗଡ଼ ଗ୍ରାମର ଏକ ଗଛରୁ ଜଣେ ନବବଧୂଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉପରଗଡ଼ ଗ୍ରାମର ବସନ୍ତ ସିଂଙ୍କ ସ୍ତ୍ରୀ ଗୌରୀ ମୁଦୁଲି (୨୨)।

ସୂଚନା ଅନୁସାରେ ଖଇରା ଥାନା କୁପାରି କବର ଗ୍ରାମର ଗୌରୀ ମୁଦୁଲିଙ୍କ ସହ ସୋର ଥାନା ଉପରଗଡ଼ ଗ୍ରାମର ବସନ୍ତ ସିଂଙ୍କ ସହିତ ଗତ ୧୬ ତାରିଖରେ ବୈଦିକ ରୀତିରେ ବାହାଘର ହୋଇଥିଲା। ନୀତି ଅନୁସାରେ ବିବାହ ପରେ ଗୌରୀ ବାପା ଘରକୁ ଯାଇଥିବା ବେଳେ ଗତକାଲି ଅପରାହ୍ନରେ ଫେରିଥିଲେ। ମାତ୍ର ଆଜି ସକାଳେ ଘର ନିକଟରେ ଥିବା ଏକ ଶାଳ ଗଛରେ ଗୌରୀଙ୍କ ବେକରେ ଶାଢ଼ୀ ଲାଗି ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୌରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button