ଏବେଠୁ ନିଆଁ ବର୍ଷା: ୫ ଦିନ ଗ୍ରୀଷ୍ମ ଲହରି – bajravana
[ad_1]
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ପାଠପଢ଼ା
ଭୁବନେଶ୍ବର: ମାର୍ଚ୍ଚ ସରୁ ସରୁ ତାପମାତ୍ରା ୪୧ ଡିଗ୍ରି ଛୁଇଁଲାଣି। ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରି ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଭଳି ଗ୍ରୀଷ୍ମ ଲହରି ରାଜ୍ୟରେ ଆଉ ୪ରୁ ୫ ଦିନ ଜାରି ରହିବ। ଏହି ଅବଧିରେ ଦିନ ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମୟକୁ ‘ପିକ୍ ଆୱାର’ ଘୋଷଣା କରାଯାଇଛି। ପିକ୍ ଆୱାରରେ ବୟସ୍କ, ଶିଶୁ ଓ ରୁଗ୍ଣ ବ୍ୟକ୍ତିମାନେ ଖରାକୁ ନ ଆସିବାକୁ ପରାମର୍ଶ ଦେବା ସହିତ ଅନ୍ୟମାନେ ବାହାରକୁ ବାହାରିଲେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବାପାଇଁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ମଧ୍ୟରେ ଖୋର୍ଦ୍ଧା ତଥା ଭୁବନେଶ୍ବରରେ ତାପମାତ୍ରା ୪୧ ଡିଗ୍ରି ଡେଇଁବ ବୋଲି ପୂର୍ବାନୁମାନ କରାଯାଇଛି। ମାଲକାନଗିରି ସହ ରାଜ୍ୟର ଆଉ ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ବୌଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରି ଥିବା ବେଳେ ବଲାଙ୍ଗୀର ୪୦.୨ ଏବଂ ଭବାନୀପାଟଣା ଓ ନୟାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ଉଚ୍ଚା ରହିଛି। ଭୁବନେଶ୍ୱରର ୩୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କଟକରେ ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଛି। ୪ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରି ସହ ଆର୍ଦ୍ରତା ୬୦ ପ୍ରତିଶତ ରହିବ। ଫଳରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଏଣୁ ରାଜ୍ୟବାସୀ ସତର୍କ ରୁହନ୍ତୁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କେବଳ ଦିନ ନୁହେଁ, ବରଂ ରାତିର ତାପମାତ୍ରା ସାଧାରଣ ଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି। ପୁରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୨୭.୪ଡିଗ୍ରି ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ବେଶି। ଆଉ ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ୪.୫ରୁ ୬.୪ ଡିଗ୍ରି ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ଥିବା ରେକର୍ଡ କରାଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨ଡିଗ୍ରି ରହିଛି। ଏବେ ବର୍ଷା ସମ୍ଭାବନା ନଥିବାରୁ ଆଖୁ ଓ ଅନ୍ୟାନ୍ୟ କୃଷି ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ପାଠପଢ଼ା
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି। ଏପ୍ରିଲ ୨ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଏପ୍ରିଲ ୨ରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ହେବ। ଏହି ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆକଶ୍ୟକ ପାନୀୟ ଜଳ, ଓଆର୍ଏସ୍ ପ୍ୟାକେଟ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବେ। ଏହାସହ ବିଭିନ୍ନ ଜିଲ୍ଲାରେ ପରିବର୍ତ୍ତିତ ପାଣିପାଗକୁ ଦେଖି ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ଓ ବନ୍ଦ ହେବା ସମୟ ନିର୍ଘଣ୍ଟ କରିପାରିବେ ବୋଲି କୁହାଯାଇଛି।
[ad_2]