ମନୋରଞ୍ଜନ

ହାତ ଦେଖାଇବାକୁ କହି ଅଭିନେତ୍ରୀଙ୍କ ହାତରେ ଛେପ ପକାଇ ଦେଉଥିଲେ ଆମୀର – bajravana

[ad_1]

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ। କିନ୍ତୁ ଆଜି ଆମେ ଆପଣଙ୍କୁ ସୁପରଷ୍ଟାରଙ୍କ ସହିତ ଜଡିତ ଏପରି ଏକ ଅଦ୍ଭୁତ କାହାଣୀ କହିବାକୁ ଯାଉଛୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।

କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମୀର ଖାନ ତାଙ୍କ ଫିଲ୍ମର ହିରୋଇନମାନଙ୍କ ହାତରେ ଛେପ ପକାଉ ଦେଉଥିଲେ ବୋଲି ଜଣାପଡ଼ିଛି। ଆଜ୍ଞା ହଁ, ଏହି କାମ ହେତୁ ତାଙ୍କର ଅଭିନେତ୍ରୀ ଜୁହି ଚାୱଲାଙ୍କ ସହ ଅନେକ ଝଗଡା ବି ହୋଇଥିଲା।

ସୂଚନା ମୁତାବକ, ଫିଲ୍ମ ‘ଇସ୍କ’ର ସେଟରେ ଆମୀର, ଜୁହି ଚାୱଲାଙ୍କୁ କହିଥିଲେ ଯେ ସେ ହାତ ଦେଖି ଭବିଷ୍ୟତ କହିବା ଜାଣନ୍ତି। ଏହା ଶୁଣି ଜୁହି ତାଙ୍କ ଆଡକୁ ନିଜ ହାତ ଦେବା ମାତ୍ରେ ସେ ଅଭିନେତ୍ରୀଙ୍କ ହାତରେ ଛେପ ପକାଇ ସେଠାରୁ ପଳାଇ ଯାଇଥିଲେ। ଏହା ପରେ ଜୁହି ରାଗରେ ସୁଟିଂ ସେଟକୁ ନ ଆସିବାରୁ ଆମୀର ମଧ୍ୟ ରାଗି ଯାଇଥିଲେ। ବର୍ଷ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଠିକରେ କଥାବାର୍ତ୍ତ ନଥିଲେ ବି ପରେ ଦୁହେଁ ଭଲ ବନ୍ଧୁ ହୋଇଥିଲେ।

ତେବେ କେବଳ ଜୁହି ନୁହନ୍ତି, ମାଧୁରୀ ଦୀକ୍ଷିତଙ୍କ ସହ ମଧ୍ୟ ଆମୀର ଏଭଳି କରିଥିଲେ। ଏଭଳି କରିବା ପଛର କାରଣ ଆମୀର, ସଲମାନ ଖାନଙ୍କ ସୋ’ ଦସ୍ କା ଦମରେ ଜଣାଇଥିଲେ। ମାଜଳିଆ ଢ଼ଙ୍ଗରେ ସେ କହିଥିଲେ ଯେ, ମୁଁ ଅଭିନେତ୍ରୀଙ୍କ ହାତ‌ରେ ଛେପ ପକାଇବା ପରେ ସେମାନେ ସୁପରହିଟ୍ ହୋଇଯାଉଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button