ମନୋରଞ୍ଜନ

ବିମାନବନ୍ଦରରେ ପ୍ରଶଂସକଙ୍କ ମେଳରେ ଫସିଗଲେ ରଜନୀକାନ୍ତ, ବାହାରିବା ହୋଇପଡ଼ିଲା ମୁସ୍‌କିଲ୍‌ – bajravana

[ad_1]

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ବର୍ତ୍ତମାନ ତାଙ୍କର ଖୁବ୍ ଭଲ ରୋଜଗାର କରିଥିବା ଫିଲ୍ମ ‘ଜେଲର’ର ବ୍ଲକବଷ୍ଟର ସଫଳତାକୁ ପାଳନ କରିବାରେ ବ୍ୟସ୍ତ ଅଛନ୍ତି। ସେ କୁଆଡେ ବି ଯାଆନ୍ତି, ପ୍ରଶଂସକଙ୍କ ଭିଡ଼ ତାଙ୍କୁ ଘେରି ରହିଥାଏ। ନିକଟରେ କୋଏମ୍ବାଟୁର ବିମାନବନ୍ଦରରେ ମଧ୍ୟ ସମାନ ଘଟଣା ଘଟିଥିଲା। ରଜନୀକାନ୍ତ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏଠାକୁ ଆସିଥିଲେ। ରଜନୀକାନ୍ତ କୋଏମ୍ବାଟୁର ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ଏତେ ମାତ୍ରାରେ ଘେରି ଯାଇଥିଲେ ଯେ ସେ ବାହାରିକି ଆସିବା ମୁସ୍‌କିଲ୍‌ ହୋଇ ପଡ଼ିଥିଲା।

କିଛି ଲୋକ ରଜନୀକାନ୍ତଙ୍କ ଅଟୋଗ୍ରାଫ୍‌ ଓ ଫଟୋଗ୍ରାଫ୍‌ ନେବାକୁ ତାଙ୍କ କାର୍‌ ଉପରକୁ ବି ଚଢ଼ି ଯାଇଥିଲେ। ପ୍ରଶଂସକମାନେ ରଜନୀକାନ୍ତଙ୍କ ପାଇଁ ପୁଷ୍ପଗୁଚ୍ଛ ଦେବା ସହ ତାଙ୍କ ସହ ଫଟୋ ଉଠାଇବାକୁ ଭିଡ଼ ଜମାଇଥିଲେ। ସମସ୍ତ ପ୍ରଶଂସକ ଭିନ୍ନ ଭିନ୍ନ ତରିଆରେ ସୁପର୍‌ଷ୍ଟାର୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ।

ହେଲେ ଏହାରି ଭିତରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଥିଲା। ରଜନୀକାନ୍ତଙ୍କର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଠ ଦେଖିବାକୁ ମିଳିଛି ଯେ କିପରି ‌ଲାକେ ରଜନୀକାନ୍ତଙ୍କୁ ଘେରି ରହିଥିଲେ।

ରଜନୀକାନ୍ତ ଏଏନ୍‌ଆଇ ସହ କଥା ହୋଇ କହିଥିଲେ ଯେ ‘‘ପ୍ରଥମେ ଆନ୍ଧ୍ରପ୍ରଦେଶର ବିରୋଧୀ ଦଳର ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ପାଇଁ ତାଙ୍କର ଯୋଜନା ଥିଲା। କିନ୍ତୁ ସେ ଏହାକୁ ବାତିଲ କରିଦେଇଥିଲେ। କାରଣ ତାଙ୍କୁ କୋଏମ୍ବାଟୁରରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିଲା।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button