news

୪୭ ବର୍ଷ ପାଇଁ ଲକ୍‌ ହୋଇଗଲା ସ୍ମାର୍ଟଫୋନ୍‌ – ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏହି ଘଟଣା ସମ୍ପୂର୍ଣ୍ଣ ସତ

ସାଧାରଣତଃ କୌଣସି ସ୍ମାର୍ଟଫୋନ୍‌କୁ ଖୋଲିବା ବେଳେ ଯଦି ବାରମ୍ବାର ଭୁଲ୍‌ ପାସ୍‌ୱାର୍ଡ କିମ୍ବା ଭୁଲ ପାର୍ଟନ ମାରି ଦେବେ ତେବେ ଏହା କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ। ହେଲେ ଭୁଲ୍‌ ପାସ୍‌ୱାର୍ଡ ପାଇଁ ଜଣେ ମହିଳାଙ୍କ ଫୋନ୍‌ ୪୭ ବର୍ଷ ପାଇଁ ଲକ୍‌ ହୋଇଯାଇଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏହି ଘଟଣା ସମ୍ପୂର୍ଣ୍ଣ ସତ। ଏପରି ଘଟିଛି ସାଂଘାଇରେ। ସାଂଘାଇରେ ଏକ ୨ ବର୍ଷର ଶିଶୁ ଘରେ କେହି ନଥିବା ବେଳେ ତା’ ମାଆର ସ୍ମାର୍ଟଫୋନ୍‌ ଖୋଲିବାକୁ ଚେଷ୍ଟା କରିଥିଲା। ବାରମ୍ବାର ଭୁଲ ପାସ୍‌ୱାର୍ଡ ମାରି ମୋବାଇଲ୍‌ ଖୋଲିବାରେ ଲାଗିଥିଲା। ଫଳରେ ମୋବାଇଲ୍‌ଟି ୪୭ ବର୍ଷ ପାଇଁ ଲକ୍‌ ହୋଇଯାଇଛି।

ଚୀନ୍‌ ମିଡିଆ ରିପୋର୍ଟ ଅନୁସାରେ ଲୁ ନାମକ ମହିଳାଙ୍କ ପିଲା ବାରମ୍ବାର ଭୁଲ ପାସୱାର୍ଡ ମାରି ଫୋନ୍‌କୁ ଅନ୍‌ଲକ୍‌ କରିବାକୁ ଚେଷ୍ଟା କରିଥିଲା। ଫଳରେ ମୋବାଇଲଟି ୨୫ ମିଲିୟନ ମିନିଟ୍‌ ପାଇଁ ଲକ୍‌ ହୋଇଯାଇଛି। ମହିଳା ଜଣଙ୍କ ଘରକୁ ଫେରି ଯେତେବେଳେ ଫୋନ୍‌ ଧରିଥିଲେ ଏହା ଲକ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ହେଲେ ଲକ୍‌ର ସମୟ ଦେଖି ତାଙ୍କ ମୁଣ୍ଡ କାମ କରି ନଥିଲା।

ମହିଳା ଜଣଙ୍କ ସାଂଘାଇର ଏକ ଆପଲ ଷ୍ଟୋରକୁ ଯାଇ ନିଜ ସମସ୍ୟା କହିଥିଲେ। ସେଠାରେ ଥିବା ଟେକ୍ନିସିଆନ ଫୋନ୍‌ ଚେକ୍‌ କରିବା ପରେ ମହିଳାଙ୍କୁ ଫୋନ୍‌ ଅନ୍‌ଲକ୍‌ ହେବା ପାଇଁ ୪୭ ବର୍ଷ ଅପେକ୍ଷା କରିବାକୁ କହିଥିଲେ। ଏହାପରେ ମହିଳା ଜଣଙ୍କ ହତାଶ ହୋଇଯାଇଥିଲେ। ଶେଷରେ ଟେକ୍ନିସିଆନ ଜଣଙ୍କ କହିଲେ, ଫୋନ୍‌କୁ ଫର୍ମାଟ କରି ଦେଲେ ଏହା ଖୋଲିଯିବ। ହେଲେ ଫର୍ମାଟ କରିଲେ ଫୋନରେ ଥିବା ସବୁ ଡାଟା ଚାଲିଯିବ। ଶେଷରେ ମହିଳା ଜଣଙ୍କ ଫୋନ୍‌ ଫର୍ମାଟ କରିବାକୁ ରାଜି ହୋଇଥିଲେ ଓ ଦୁଇମାସ ପରେ ତାଙ୍କ ଫୋନ୍‌ ଅନ୍‌ଲକ୍‌ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button