newsଦେଶ ବିଦେଶ

ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ନୂଆ ଆଦେଶ !

ଯେଉଁ ବ୍ୟକ୍ତିଙ୍କୁ ୧୦ ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ୱ ଦିନରୁ ଆଧାର ନମ୍ବର ଏବଂ ୟୁନିକ୍ ଆଇଡି ପ୍ରଦାନ କରାଯାଇଛି ସେମାନଙ୍କୁ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ରକୁ ଅପଡେଟ୍ କରିବାକୁ କୁହାଯାଇଛି। ଆଧାର ନମ୍ବର ପ୍ରଦାନ କରୁଥିବା ସରକାରୀ ସଂସ୍ଥା ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବିବୃତ୍ତିରେ କହିଛି ଯେ ଆଧାର କେନ୍ଦ୍ର ସମେତ ଅନଲାଇନରେ ମଧ୍ୟ ଅପଡେଟ୍ କରାଯାଇପାରିବ। କିନ୍ତୁ ଏହି ଅପଡେଶନ ବାଧ୍ୟତାମୂଳକ କି ନୁହେଁ ତାହା ୟୁଆଇଡିଏଆଇ ସ୍ପଷ୍ଟ କରିନାହିଁ।

ବ୍ୟାଙ୍କ ସେବା, ଟେଲିକମ୍ ସେବା ପରି ଯେକୌଣସି ସରକାରୀ ସେବା ପାଇଁ ଆଧାର କାର୍ଡ ବ୍ୟବହୃତ ହୁଏ। ଠକେଇକୁ ରୋକିବା ଏବଂ ଭୁଲ ହାତରେ ନପଡ଼ିବା ପାଇଁ ଆଧାର କାର୍ଡର ଅପଡେଶନ, ଭେରିଫିକେଶନ ଏବଂ ଅଥେଣ୍ଟିଫିକେଶନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଅନଲାଇନ୍ ଏବଂ ଅଫଲାଇନରେ ଏହାର ଅପଡେଶ କରିପାରିବେ। ଏଜେନ୍ସି କହିଛି ଯେ “ଯେକୌଣସି ବ୍ୟକ୍ତି ଯଦି ୧୦ ବର୍ଷ ପୂର୍ବେ ନିଜର ଆଧାର କାର୍ଡ ପାଇଛନ୍ତି ଏବଂ ପରବର୍ତ୍ତୀ ବର୍ଷରେ କୌଣସି ସୂଚନା ସମ୍ବନ୍ଧୀୟ ଅପଡେଟ୍ କରିନାହାଁନ୍ତି, ତେବେ ସେ ତାଙ୍କର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବା ଉଚିତ୍।” ଏଥିପାଇଁ ନିର୍ଦ୍ଦିଷ୍ଟ ଫି ପ୍ରଦାନ କରି ଉକ୍ତ କାର୍ଯ୍ୟ କରାଯାଇପାରିବ। ଏହି ସୁବିଧା ମୋ ଆଧାର ପୋର୍ଟାଲରେ କିମ୍ବା ନିକଟସ୍ଥ ଆଧାର କେନ୍ଦ୍ରରେ ଉପଲବ୍ଧ ରହିବ। ଆଧାର ଆଇଡି ଆଇରିସ୍, ଫିଙ୍ଗର ପ୍ରିଣ୍ଟ ଏବଂ ଫଟୋଗ୍ରାଫ୍ ମାଧ୍ୟମରେ ପରିଚୟ ସ୍ଥାପିତ କରେ।

ବିଭିନ୍ନ ସରକାରୀ ଯୋଜନା ଏବଂ ସେବାରେ ଆଧାର ନମ୍ବର ବ୍ୟବହୃତ ହୁଏ। ସରକାରୀ ସୁବିଧା ପାଇବା ପାଇଁ, ବ୍ୟକ୍ତିମାନେ ନିଜର ପରିଚୟ ପତ୍ର ଦେଖାଇବାକୁ ପଡିଥାଏ। ସେହିସମୟରେ ଅପଡେଟେଡ ଆଧାର କାର୍ଡ କିମ୍ବା ଯେକୌଣସି ଅପଡେଟେଡ ପରିଚୟ ମଗାଯାଏ। ଯଦି ବ୍ୟକ୍ତିଙ୍କ ପରିଚୟ ପତ୍ର ଅପଡେଟ ଥାଏ ତେବେ ସରକାରୀ ଲାଭରୁ ବଞ୍ଚିତ ହୋଇପାରିବେ ନାହିଁ। ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ ବ୍ୟବହାରକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଛି। ଭୁଲ ଲୋକଙ୍କ ହାତରେ ଆଧାର କାର୍ଡ ପଡିଗଲେ ଏହାକୁ ଭୁଲ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ ଆଧାର କାର୍ଡକୁ ଠକାମିରୁ ରକ୍ଷା କରିବା ପାଇଁ ନିଜକୁ ସତର୍କ ରହିବା ଦରକାର।

Related Articles

Leave a Reply

Your email address will not be published. Required fields are marked *

Back to top button