news

ଏଆଇଏଫଏଫକୁ ଫିଫା ନିଲମ୍ବନ କଲା

ନୂଆଦିଲ୍ଲୀ: ବିଶ୍ବ ଫୁଲବଲର ଶୀର୍ଷ ସଂଗଠନ ବା ଗଭର୍ଣ୍ଣିଂ ବଡି ଫିଫା  ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ)କୁ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ହେତୁ  ସଦସ୍ୟ ପଦରୁ ନିଲମ୍ବନ କରିଛି। ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ  ପଦ ଲାଗି ନିର୍ବାଚନ ନହେଲା ଯାଏଁ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା କହିଛି। ଫଳରେ ୧୭ବର୍ଷରୁ କମ ବୟସ୍କ ମହିଳା ବିଶ୍ବକପ ଭାରତରେ ହେବାକୁ ଥିବା ବେଳେ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏଆଇଏଫଏଫ ମୁଖ୍ୟ ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ସରିଯାଇଥିଲେ ହେଁ ସେ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି, ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ଏହାପରେ ସୁପ୍ରିମ କୋର୍ଟ ତାଙ୍କ ବିରୋଧରେ ରାୟ ଦେବା ସହିତ ଏକ ପ୍ରଶାସନିକ କମିଟି ନିଯୁକ୍ତ କରି ଏଆଇଏଫଏଫ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏଆଇଏଫଏଫର ବିଭିନ୍ନ ନିଷ୍ପତ୍ତିରେ ପଟେଲଙ୍କ ସଂପୃକ୍ତି  ଫିଫା ନିୟମକୁ ଉଲ୍ଲଂଘନ କରିଛି। ଫଳରେ ଫିଫା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହା ବିରୋଧରେ ଏଆଇଏଫଏଫ ପ୍ରଶାସନିକ କମିଟି ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ଅଭିଯୋଗ ହୋଇଥିଲା। ସୁପ୍ରିମ କୋର୍ଟ ପ୍ରଫୁଲ୍ଲଙ୍କ ରହିବାକୁ ଅବୈଧ ଘୋଷଣା କରିଥିଲେ। ତଥାପି ସେ ଏଆଇଏଫଏଫର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଏହା ଜଣାପଡିବା ପରେ ବିଶ୍ବସ୍ତରୀୟ ଫୁଟବଲକୁ ନିୟନ୍ତ୍ରଣ କରୁଥିବା ଗଭର୍ଣ୍ଣିଂ ବଡି ଏଭଳି ପଦକ୍ଷେପ ନେଇଛି। ତେବେ ଏଭଳି ପଦକ୍ଷେପ ଏଆଇଏଫଏଫକୁ ବଡ଼ ଝଟକା ଲାଗିଛି। ଆସନ୍ତା ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ବିଶ୍ବ କପ ଆଉ ଭାରତ ଆୟୋଜନ କରିପାରିବ ନାହିଁ। ଜୁଲାଇ ୨୦୨୧ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କୋଭିଡ ମହମାରୀ ଯୋଗୁ ସ୍ଥଗିତ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button