news

ଆଇଆରସିଟିସିର ଅଫର – ଟ୍ରେନରେ ମିଳିବ ହୋଟେଲ ସୁବିଧା

Image result for hotel tirenରେଲୱେର ଲଗଜୁରୀ ମହାରାଜା ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ଯଦି ଚାହୁଁଛନ୍ତି ତେବେ ଆପଣ ପାଇଁ ଏବେ ଭଲ ସୁଯୋଗ ରହିଛି। ରେଲୱେ ପକ୍ଷରୁ ଟିକେଟ୍ ବୁକିଂରେ ୫୦ ପ୍ରତିଶତ ରିହାତିର ଅଫର ରହିଛି। ଏହି ଅଫର ସହିତ ଯଦି ଦୁଇ ଜଣ ଲୋକ ଏକ୍ସପ୍ରେସ୍‌ କେବିନ ବୁକିଂ କରନ୍ତି ତା’ହେଲେ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ଅନ୍ୟପଟେ ଦ୍ୱିତୀୟ ବୁକିଂ ପାଇଁ ୫୦ ପ୍ରତିଶତ ସିଧାସଳଖ ଡିସ୍କାଉଣ୍ଟ ମିଳିବ।

ଏହି ଟ୍ରେନରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଟ୍ରେନର ମୋଟ୍ ୨୩ଟି ବଗି ରହିଥିବାବେଳେ ସବୁ ବଗି ଦେଖିବାକୁ ସମ୍ପୂର୍ଣ୍ଣ ହୋଟେଲ ପରି। ଟ୍ରେନରେ ୮୮ ଜଣ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ। ବିଶ୍ୱର ଲଗଜୁରୀ ୨୫ଟି ଟ୍ରେନ ମଧ୍ୟରୁ ଏହା ଅନ୍ୟତମ।

Image result for hotel tirenକେବେ ଲାଗୁ ହେବ ଏହି ଅଫର:-

ମହାରାଜା ଏକ୍ସପ୍ରେସ୍‌ ୫ଟି କାଟାଗୋରିରେ ଯାତ୍ରା କରିଥାଏ। ଏହି ୫ଟି କାଟାଗୋରିରେ ଅଲଗା ଅଲଗା ତାରିଖରେ ଅଫର ଲାଗୁ ହୋଇଥାଏ। ଜେମ୍ସ ଅଫ ଇଣ୍ଡିଆ ଅକ୍ଟୋବର ୩, ଜେମ୍ସ ଅଫ ଇଣ୍ଡିଆ ନଭେମ୍ବର ୨୮, ଦ ଇଣ୍ଡିଆନ ସ୍ପ୍ଲେଣ୍ଡର ଡିସେମ୍ବର ୮, ଦ ହେରିଟେଜ ଅଫ ଇଣ୍ଡିଆ ଡିସେମ୍ବର ୧୫, ଦ ଜେମ୍ସ ଅଫ ଇଣ୍ଡିଆ ଡିସେମ୍ବର ୨୬, ଦ ଜେମ୍ସ ଅଫ ଇଣ୍ଡିଆ ମାର୍ଚ୍ଚ ୨୦, ଦ ଟ୍ରେଜର ଅଫ ଇଣ୍ଡିଆ ଏପ୍ରିଲ ୧୪ ପାଇଁ ଏହି ଅଫର ଲାଗୁ ହୋଇଥାଏ।

ମହାରାଜା ଏକ୍ସପ୍ରେସ ଟ୍ରେନର ରୁମ୍:-

ଏହି ଟ୍ରେନରେ ଡିଲକ୍ସ କେବିନ୍, ନିମ୍ନ କକ୍ଷ, ସାଧାରଣ କକ୍ଷ ଓ ଅତ୍ୟାଧୁନିକ କକ୍ଷ ରହିଛି।

ଡିଲକ୍ସ କେବିନ:-

ଏଥିରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଏଥିରେ ଡବଲ ବେଡ୍ ସାଙ୍ଗକୁ ଏଲସିଡି ଟିଭି, ଅନ୍ତର୍ଜାତୀୟ କଲ୍ ସୁବିଧା, ଏସି, ଆଲମାରି, ବାଥରୁମରେ ଥଣ୍ଡା ଏବଂ ଗରମ ପାଣି ମିଳିବ। ଏହି ଟ୍ରେନରେ ୨୦ଟି ଡିଲକ୍ସ କେବିନ ରହିଛି।

ନିମ୍ନ କକ୍ଷ:-

ଏଥିରେ ବଡ଼ ବଡ଼ ଝରକା ଲାଗିଛି ଯାହାଦ୍ୱାରା ଯାତ୍ରୀ ବାହାର ଦୃଶ୍ୟକୁ ଉପଭୋଗ କରିପାରିବେ। ଟ୍ରେନରେ ୧୮ଟି ଜୁନିୟର କକ୍ଷ ରହିଛି।  ଏଥିରେ ଡବଲ ବେଡ୍ ସାଙ୍ଗକୁ ଏଲସିଡି ଟିଭି ଓ ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲାଗିଛି।

ସାଧାରଣ କକ୍ଷ:-

ଟ୍ରେନରେ ୪ଟି କକ୍ଷ ରହିଛି। ଏଥିସହିତ ବେଡ୍, ଏଲସିଡି ଟିଭି, ସିସିଟିଭି କ୍ୟାମେରା ଲାଗିଛି। ଏହାଛଡ଼ା ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ଅଛି।

ଅତ୍ୟାଧୁନିକ କକ୍ଷ:-

ଏହି ଟ୍ରେନରେ ଏକ ଲଗଜୁରି କକ୍ଷ ରହିଛି। ଯାହାକୁ ନବରତ୍ନ କୁହାଯାଏ। ଏହା ବହୁତ ବଡ଼ ଏବଂ ବଙ୍ଗଳା ଭଳି ଦେଖିବାକୁ। ଏଥିରେ ଦୁଇଟି ବେଡରୁମ୍ ଏବଂ ଦୁଇଟି ବାଥରୁମ ଅଛି। ଏଲସିଡି ଟିଭି, ଇଣ୍ଟରନେଟ୍, ଡିଭିଡି ପ୍ଲେୟାର, ଅନ୍ତର୍ଜାତୀୟ କଲ୍ ସୁବିଧା, ଏସି, ଆଲମାରି, ବାଥରୁମରେ ଥଣ୍ଡା ଏବଂ ଗରମ ପାଣି ଭଳି ସୁବିଧା ମିଳିବ।

ମହାରାଜା ଏକ୍ସପ୍ରେସରେ ମିଳୁଥିବା ସୁବିଧା:-

  • ଏଥିରେ ଯାତ୍ରୀମାନେ ନିଜ ମନପସନ୍ଦର ଖାଦ୍ୟ ଖାଇପାରିବେ।
  • ଟ୍ରେନରେ ଦାମିକା ଲିକର ସହ ଯାହା ଇଚ୍ଛା ତାହା ପିଇବାକୁ ଆପଣ ପିଇପାରିବେ।
  • ୨୪ କ୍ୟାରେଟ ସୁନାରେ ତିଆରି ବାସନରେ ଖାଦ୍ୟ ରନ୍ଧା ଯାଇଥାଏ। ଖାଲି ସେତିକି ନୁହେଁ ଖାଇବାକୁ ଥିବା କଣ୍ଟା ଚାମଚ ମଧ୍ୟ ସୁନାରେ ତିଆରି।
  • ଯଦି ଟ୍ରେନରେ ଆପଣ ବୋର ହେଉଛନ୍ତି ‘ସଫାରି ବାର୍’ ନାଁରେ ଏକ ବଗି ରହିଛି। ଯେଉଁଠି ଖେଳିବା ପାଇଁ କ୍ୟାରମ, ଚେସ୍ ଭଳି ଅନ୍ୟ ଖେଳ ଖେଳିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button