ଖେଳ ଖବର

ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ମହମ୍ମଦ ସାମି – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମି ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି।

ଇଣ୍ଡିଆ ଟୁଡେ ରିପୋର୍ଟ କରିଥିବା ସୂତ୍ର ଅନୁଯାୟୀ, ପଶ୍ଚିମବଙ୍ଗରୁ ଟିକେଟ୍ ପାଇଁ ବିଜେପି ସାମିଙ୍କୁ ବିଚାର କରୁଛି। ଦଳର ନେତୃତ୍ୱ ତାଙ୍କ ନିକଟରେ ପହଞ୍ଚି ସାରିଥିଲେ ବି, କ୍ରିକେଟର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।
ସାମି ରଣଜୀ ଟ୍ରଫିରେ ବଙ୍ଗଳାକୁ ପ୍ରତିନିଧିତ୍ୱ କରନ୍ତି ଏବଂ ରାଜ୍ୟ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି। ନିକଟରେ ଆଣ୍ଠୁ ଅସ୍ତ୍ରୋପଚାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରିକେଟରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏବେ ଶୁଣିବାକୁ ମିଳୁଛି ମୋଦୀ ତାଙ୍କୁ ନିଜ ଦଳକୁ ନେବାକୁ ଇଛୁକ ଅଛନ୍ତି।

ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ସାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି।

ଶାମିଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି। ରାଜ୍ୟର ବଶିରହାଟ ଲୋସଭା ଆସନରୁ ସାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button