ଦେଶ ବିଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ – bajravana

[ad_1]

ନୂଆଦିଲ୍ଲୀ, ୦୯/୩ : ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଗତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମର୍ମନ୍ତୁଦ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ । ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ରାଜସ୍ଥାନର ପଚେଓ୍ବର ଗାଁର ଗମ୍ଭୀର ମଲ ଜୈନ ନିଜ ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଜୋଲାବ ଗାଁ ନିକଟରେ କାରଟି ନିୟନ୍ତ୍ରଣ ହରାଇ ପୋଲ ବାଡାରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଗାଡ଼ି ଚଳାଉଥିବା ଗମ୍ଭୀର ମଲ ଜୈନ ଓ ପଛରେ ବସିଥିବା ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି କାରରୁ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଇଥିଲେ । ମେଡିକାଲରେ ଡାକ୍ତର ବାପା ଝିଅଙ୍କୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button