ଆସୁଛି ଗଣେଶଙ୍କ ଚାରି ଚଳଚ୍ଚିତ୍ର – bajravana
[ad_1]
ଓଲିଉଡ୍ରେ ବର୍ତ୍ତମାନ ଯେଉଁ ନିର୍ଦ୍ଦେଶକମାନେ ସକ୍ରିୟ ଅଛନ୍ତି ଓ ନିୟମିତ ସିନେମା କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସହକାରୀ/ସହଯୋଗୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ତେବେ ଏମିତି କେତେଜଣ ଅଛନ୍ତି, ଯେଉଁମାନେ ସିଧାସଳଖ ସ୍ବାଧୀନ ଭାବେ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଛନ୍ତି ଓ ସଫଳ ବି ହୋଇଛନ୍ତି। ଏଭଳି ଜଣେ ନିର୍ଦ୍ଦେଶକ ହେଉଛନ୍ତି ଟି. ଗଣେଶ।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ଦ୍ଦେଶନା ଦେବା ଲକ୍ଷ୍ୟ ନେଇ ଗଣେଶ ଓଡ଼ିଆ ସିନେଶିଳ୍ପକୁ ଆସିଥିଲେ। ‘କ୍ରିଷ୍ଣା ଗୋବିନ୍ଦା’ର ପ୍ରଯୋଜକ ସତ୍ୟକାମ ସାହୁ ଟି. ଗଣେଶଙ୍କୁ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମ ସୁଯୋଗ ଦେଇଥିଲେ। ‘କ୍ରିଷ୍ଣା ଗୋବିନ୍ଦା’ରେ ମଣ୍ଟୁ (ଶୁଭାଶିଷ), ସୂରଜ, କାଜଲ୍, ବାଙ୍କୁ, ତୃପ୍ତି ସିହ୍ନା ଓ ଦେବୁ ବୋଷ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଇତିମଧ୍ୟରେ ସେ ୧୨ଟି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇସାରିଲେଣି। ଏଥିମଧ୍ୟରୁ ‘କ୍ରିଷ୍ଣା ଗୋବିନ୍ଦା’, ‘ଦି ଏଣ୍ଡ୍’, ‘ହତ୍ୟା’, ‘ଭାଇଜାନ୍’, ‘ବାପା ତମେ ଭାରି ଦୁଷ୍ଟ’, ‘ଦେଖା ହେଲା ପ୍ରେମ ହେଲା’, ‘ଜଙ୍ଗଲ’ ଓ ‘ତୋ ପ୍ରେମରେ ମୁଁ ବନ୍ଧା’ ମୁକ୍ତିଲାଭ କରିସାରିଛି।
ଓଲିଉଡ୍ର ପ୍ରତିଶ୍ରୁତି ସଂପନ୍ନ ନିର୍ଦ୍ଦେଶକଙ୍କ ମଧ୍ୟରୁ ଟି. ଗଣେଶ ଅନ୍ୟତମ। ଏଯାବତ୍ ୧୨ଟି ଛବିର ନିର୍ଦ୍ଦେଶନା ଦେଇଥିବା ଗଣେଶଙ୍କ ସଂପର୍କରେ କିଞ୍ଚିତ।
ତାଙ୍କ ନିର୍ଦ୍ଦେଶିତ ‘ତୋ ପ୍ରେମରେ ମୁଁ ବନ୍ଧା’ ଗତବର୍ଷ ରିଲିଜ୍ ହୋଇଥିଲା। ଏଥିରେ ମହାଶ୍ବେତା, ମିହିର ଦାସ, ଅଶ୍ବିନୀ ବ୍ରହ୍ମା, ମନୋଜ ମିଶ୍ର ଓ ଅଶ୍ବିନ୍ ତ୍ରିପାଠୀ ପ୍ରମୁଖ ଅଭିନୟ କରିଥିଲେ। ଏବେ ତାଙ୍କ ନିର୍ଦ୍ଦେଶିତ ୪ଟି ଓଡ଼ିଆ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି। ଏହି ଫିଲ୍ମଗୁଡ଼ିକ ହେଲା- ‘ସବୁ ଜନମ ପାଇଁ ତତେ ଚାହେଁ’, ‘ହମ୍ କିସିସେ କମ୍ ନେହିଁ’, ‘ଟୋଟାଲ୍ ବାଳୁଙ୍ଗା’ ଓ ‘ସାଥୀୟା’। ଏଗୁଡ଼ିକ ଚଳିତ ବର୍ଷ ରିଲିଜ୍ ହେବ ବୋଲି ନିର୍ଦ୍ଦେଶକ ଟି. ଗଣେଶ ସୂଚନା ଦେଇଛନ୍ତି। ସେ କହନ୍ତି, ‘‘ମୁଁ ସବୁ ଧରଣର ଫିଲ୍ମ କରିବାକୁ ଚାହେଁ। ରୋମାଣ୍ଟିକ୍, ଫ୍ୟାମିଲି ଡ୍ରାମା, ଆକ୍ସନ୍ ଓ ସସ୍ପେନ୍ସ୍ ଥିମ୍ର ସିନେମା ମୁଁ ନିର୍ମାଣ କରି ସାରିଛି।’’
[ad_2]