ଓଡିଶା

ବହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା, ନୂତନ ବହଳଦା ଏନ୍‌ଏସି ଘୋଷଣା ଦାବି – bajravana

[ad_1]

ରାଇରଙ୍ଗପୁର/ବହଳଦା: ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ପୂର୍ବରୁ ୧୦ଟି ନିର୍ବାଚନ ମଣ୍ଡଳୀ ଥିଲା। କିନ୍ତୁ ସୀମା ନିର୍ଦ୍ଧାରଣ ପରେ ୨୦୦୯ରେ ୯ଟି ନିର୍ବାଚନ ମଣ୍ଡଳୀ କରାଯାଇଥିଲା। ସେଥିରୁ ବହଳଦା ନିର୍ବାଚନ ମଣ୍ଡଳୀକୁ ଉଛେଦ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ଯେଉଁ ୧୪୭ଟି ବିଧାନସଭା ଥିଲା ତାହା ସେତିକି ହିଁ ଅଛି।୨୦୦୪ ରେ ଶେଷ ବିଧାୟକ ଥିଲେ ଜେଏମଏମର ପ୍ରହ୍ଲାଦ ପୂର୍ତ୍ତି। ଏହାକୁ ନେଇ ବହଳଦା, ଯାମଦା ଏବଂ ତିରିଂ ଅଂଚଳବାସୀଙ୍କ ବହଳଦା ନିର୍ବାଚନ ମଣ୍ଡଳୀ ଉଛେଦ ନେଇ ଆଜିଯାଏଁ ଅସନ୍ତୋଷ ରେ ଅଛନ୍ତି।

ସେହିଭଳି ନିକଟରେ ରାଜ୍ୟ ସରକାର ୩୫ଟି ଏନଏସି ଘୋଷଣା କରିଥିବାବେଳେ ସବୁ ଭିତ୍ତିଭୂମି ଥାଇ ଵହଳଦାକୁ ଏନ୍‌ଏସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ତେଣୁ ଏହାକୁ ନେଇ ବିଜେପି ତରଫରୁ ଆଜି ୧୨ ଘଣ୍ଟିଆ ବହଳଦା ବନ୍ଦ ଡାକରା ଦିଆଯାଇଥିଲା। ବହଳଦାର ଦୋକାନ ବଜାର ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ବ୍ଳକ, ପରୀକ୍ଷା ହେଉ ନଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଥିଲା। ବନ୍ଦରେ ପୂର୍ବତନ ସରପଂଚ ଗୌତମ ହେମ୍ବ୍ରମ, ବିଜେପି ମଣ୍ଡଳ ସଭାପତି ଶ୍ରୀ କଣ୍ଠ ମହାପାତ୍ର, ଦଶରଥ ମଣ୍ଡଳ, ଗୋପାଳ ସାହୁ, ମଣ୍ଡଳ ସଭାପତି ମାଧବ ଚନ୍ଦ୍ର ମହାପାତ୍ର, ସୁନୀଲ ମହାନ୍ତ, ଶୁଭ୍ରଜିତ ପାଲ, ରାଜେଶ ପାଲ, ପବିତ୍ର ମଲ୍ଲିକ, ରାଜ କିଶୋର ପଣ୍ଡା, ବାସ୍ତା ସୋରେନ, ଘାସିରାମ ମୁର୍ମୁ, ବାଘରାୟ ହେମ୍ବ୍ରମ, କନ୍ଦା ହେମ୍ବ୍ରମ, ଯମୁନା ହେମ୍ବ୍ରମ, ଧନୁରାମ ହେମ୍ବ୍ରମ, ବେଢ଼ା ସୋରେନ ଏବଂ ଅନ୍ୟମାନେ ଵନ୍ଦପାଳନରେ ନେତୃତ୍ବ ନେଇଥିଲେ।ଵହଳଦାବାସୀ ତାଙ୍କ ନ୍ୟାୟୋଚିତ ଦାବି ପ୍ରତି ଶାନ୍ତିପୂର୍ଣ୍ଣ ଭାବେ ପୂର୍ଣ୍ଣ ସମର୍ଥନ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button